Only for Entertainment

ନିୟମିତ ମକା ଖାଇବା ଦ୍ୱାରା ଶରୀରକୁ ମିଳିଥାଏ ଏହି ସବୁ ଫାଇଦା

Taste
55

ପାଟିକୁ ସୁଆଦିଆ ଲାଗିବା ସହ ଶରୀର ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ମକା । ଭିଟାମିନ୍‌, ମିନେରାଲ୍ସ ଏବଂ ଅନ୍ୟ ପୋଷକ ତତ୍ତ୍ୱରେ ଭରପୂର ଥିବା ମକା କେବଳ ଓଜନ କମାଇବା ପାଇଁ ନୁହେଁ ଶରୀରର ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ । ୧୦୦ଗ୍ରାମ୍‌ ମକାରେ ୮୬କ୍ୟାଲୋରି, ୧% ଫ୍ୟାଟ୍‌, ୦% କୋଲେଷ୍ଟ୍ରଲ, ୧୫ମିଲିଗ୍ରାମ ସୋଡିୟମ୍‌, ୭% ପୋଟାସିୟମ୍‌, ୬%କାର୍ବୋହାଇଡ୍ରେଟ୍‌, ୩.୨ ଶର୍କରା, ୬%ପ୍ରୋଟିନ୍‌ ଇତ୍ୟାଦି ରହିଥାଏ । ଆସନ୍ତୁ ଜାଣିବା ପ୍ରତିଦିନ ମକା ଖାଇବା ଦ୍ୱାରା ଶରୀରକୁ ମିଳୁଥିବା ଫାଇଦା ବିଷୟରେ….

  • ମକାରେ ଭରପୂର ମାତ୍ରରେ ଡାଏଟ୍ରି ଫାଇବର ରହିଥାଏ । ଯାହା ପାଚନକ୍ରିୟାକୁ ସୁସ୍ଥ ରଖିବା ସହ ପେଟଜନିତ ସମସ୍ୟାକୁ ଦୂର କରିଥାଏ । ସଂନ୍ଧ୍ୟା ସମୟରେ ମକାକୁ ଶିଝାଇ ଆପଣ ଏହାକୁ ଖାଇ ପାରିବେ ।
  • ମକାରେ ଭିଟାମିନ୍‌ ବି ୧୨, ଆଇରନ୍‌ ଏବଂ ଫଲିକ୍‌ ଏସିଡ୍‌ ରହିଥାଏ । ଯାହା ଲାଲ୍‌ ରକ୍ତ କୋଷିକାକୁ ଉତ୍ପନ୍ନ କରିବାରେ ସାହାଯ୍ୟ କରିଥାଏ। ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦୂର ହୋଇଥାଏ । ଯଦି ଆପଣ ଆନେମିଆ ରୋଗରେ ପୀଡ଼ିତ, ତେବେ ଆଜିଠାରୁ ମକା ଖାଇବା ଆରମ୍ଭ କରନ୍ତୁ ।
  • ମକା ଖାଇବା ଦ୍ୱାରା ଶରୀରକୁ ସାରା ଦିନ କାମ କରିବାର ଶକ୍ତି ମିଳିଥାଏ । ଏଥିରେ କମ୍ପ୍ଲେକ୍ସ କାର୍ବସ୍‌ ରହିଥାଏ । ଯାହା ଶରୀରକୁ ଅଧିକ ଶକ୍ତି ଯୋଗାଇଥାଏ ।
  • ଓଜନ କମାଇବା ବା ବଢ଼ାଇବା ପାଇଁ ମକା ଖାଇବା ଆରମ୍ଭ କରନ୍ତୁ । ଓଜନ କମାଇବା ପାଇଁ ଚାହୁଁଥିଲେ କେବଳ ସକାଳ ସମୟରେ ହିଁ ମକା ଖାଇବା ସହ ବଢ଼ାଇବା ପାଇଁ ଚାହୁଁଥିଲେ ଦିନକୁ ତିନି ଥର ମକା ଖାଇବା ଆରମ୍ଭ କରନ୍ତୁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More