Only for Entertainment

ସକାଳୁ ଖାଆନ୍ତୁ ରସୁଣର କିଛି ପାଖୁଡା, ଔଷଧ ଭଳି କରିବ କାମ ! ଜାଣନ୍ତୁ କଣ ମିଳିବ ଫାଇଦା

0 95

ଅଧିକାଂଶ ଖାଦ୍ୟ ଆଇଟମରେ ରସୁଣର ବ୍ୟବହାର ହୋଇଥାଏ । କେବଳ ରୋଷେଇ ନୁହେଁ ବରଂ ଅନ୍ୟ କାମରେ ମଧ୍ୟ ରସୁଣର ବ୍ୟବହାର ହୋଇଥାଏ । ଏପରିକି ଅଧିକାଂଶ କ୍ଷେତ୍ରରେ ରସୁଣକୁ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଇପାରିବ । ରସୁଣ ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ପୁରୁଷମାନେ ଖାଲି ପେଟରେ ରସୁଣ ଖାଇବା ଦରକାର ଯାହା ସେମାନଙ୍କ ପାଇଁ ଲାଭଦାୟକ ହେବ । ରସୁଣରେ ପ୍ରାକୃତିକ ଆଂଟି ବାୟୋଟିକ ମିଳିଥାଏ ଯାହା ଅନେକ ସଂକ୍ରମଣଠାରୁ ଦୂରରେ ରଖିଥାଏ ।

ରସୁଣ ଖାଇବାର ଫାଇଦା :
– ରସୁଣ ଖାଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ସହଜରେ ସଫା ହୋଇଥାଏ । ଅଥାର୍ତ ପେଟକୁ ପରିଷ୍କାର ରଖିବାରେ ରସୁଣ ଏକ ଔଷଧ ଭଳି କାମ କରିଥାଏ ।
– ରସୁଣ ଖାଇବା ଦ୍ୱାରା ପେଟ ସମସ୍ୟା ହୋଇନଥାଏ । ଏହା ଦ୍ୱାରା ପେଟରେ ଥିବା ବ୍ୟାକଟେରିଆ ନଷ୍ଟ ହୋଇଥାନ୍ତି ।
– ଯଦି ଥଣ୍ଡାଦିନରେ ଶିରା ପ୍ରଶିରା ଝିମଝିମ ହୋଇଥାଏ ତେବେ ରସୁଣ ଖାଇବା ଏଥିରୁ ଉପଶମ ମିଳିଥାଏ ।
– ଯଦି ଉଚ୍ଚ ରକ୍ତଚାପ ସମସ୍ୟା ଥାଏ ତେବେ ରସୁଣକୁ ଖାଲି ପେଟରେ ଖାଇବା ଲାଭଦାୟକ ରହିବ ।
– ଖାଲି ପେଟରେ ରସୁଣ ଖାଇବା ଦ୍ୱାରା ରକ୍ତ ସଂଚାଳନ ଠିକ ଭାବେ ହୋଇଥାଏ ଏବଂ ହୃଦୟ ସହ ଜଡିତ ରୋଗ ହେବାର ଆଶଙ୍କା କମ ଥାଏ ।
– ରସୁଣ କୋଲେଷ୍ଟ୍ରଲ ସମସ୍ୟା ପାଇଁ ଅତ୍ୟନ୍ତ ଲାଭଦାୟକ । ଏହା କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ ।
– ରସୁଣ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ । ଫଳରେ ଶରୀରକୁ ରୋଗରୁ ଲଢିବା ପାଇଁ ଶକ୍ତି ମିଳିଥାଏ ।

ପୁରୁଷଙ୍କ ପାଇଁ କ’ଣ ରହିଛି ଫାଇଦା :
– ରସୁଣରେ ବ୍ୟାକଟେରିଆଲ ତତ୍ୱ ମିଳିଥାଏ । ତେଣୁ ରସୁଣ ଖାଇବା ଦ୍ୱାରା ମୁହଁର ଦୁର୍ଗନ୍ଧ ଦୂର ହୋଇଥାଏ ।
– ରସୁଣରେ ଭରପୂର ମାତ୍ରାରେ ପ୍ରୋଟିନ ଥାଏ ଯାହା ଦ୍ୱାରା ମାଂସପେଶୀ ଶକ୍ତ ହୋଇଥାଏ ।
– ରସୁଣରେ କାର୍ବୋହାଇଡ୍ରେଟସ ଥାଏ । ଏହା ଦୁର୍ବଳତା ଦୂର କରି ଶରୀରକୁ ଶକ୍ତି ଦେଇଥାଏ ।
– ରସୁଣରେ କ୍ୟାଲସିୟମ ମିଳିଥାଏ ଯାହା ଶରୀରର ଅସ୍ଥିକୁ ମଜବୁତ କରିଥାଏ ।
– ଏଥିରେ ଥିବା ଏଲିସିନ ଫ୍ୟାଟ ବର୍ଣ୍ଣିଙ୍ଗ ପ୍ରୋସେସକୁ ବୃଦ୍ଧି କରାଇଥାଏ । ଏହା ଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ ।
– ଏଥିରେ ଫାଇବର ଥାଏ ଯାହା କୋଷ୍ଠକାଷ୍ଠିନ୍ୟ ପରି ସମସ୍ୟାର ସମାଧାନ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More