Only for Entertainment

ସୈାନ୍ଦର୍ଯ୍ୟ ପାଇଁ ଗ୍ରୀନ-ଟି କେତେ ଉପକାରୀ ! ଆସନ୍ତୁ ଜାଣିବା

Yoga Digest
0 108

ଗ୍ରୀନ-ଟି ଆମ ସ୍ୱାସ୍ଥ୍ୟ, ତ୍ୱଚା, ଏବଂ କେଶ ପାଇଁ ବହୁତ ଉପକାରୀ । ଏଥିରେ ଅଧିକ ଆଂଟିଅକ୍ସିଡେଂଟ୍ ରହିଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଫଳପ୍ରଦ ହୋଇଥାଏ । ଗ୍ରୀନ୍-ଟି ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଆସନ୍ତୁ ନଜର ପକାଇବା ।

ଓଜନ ହ୍ରାସ : ଗ୍ରୀନ୍-ଟି ଓଜନ ହ୍ରାସରେ ସାହାଯ୍ୟ କରିଥାଏ । ସୁପରମଡେଲ ଏବଂ ସେଲିବ୍ରିଟି ମାନଙ୍କର ଓଜନ ହ୍ରାସର ଏହା ଏକ ରହସ୍ୟ ।

ଗ୍ରୀନ୍-ଟିର ବ୍ୟବହାର ଦ୍ୱାରା ଡାଏଟ୍: କଂଟ୍ରୋଲ୍ ଠିକ୍ ରହି ବଡିର ସେପ୍ ମଧ୍ୟ ଠିକ୍ ରହିଥାଏ । ଗ୍ରୀନ୍-ଟି ଶରୀରର ବର୍ଜ୍ୟବସ୍ତୁକୁ ବାହାର କରିଥାଏ । ଗ୍ରୀନ୍-ଟି ବ୍ୟବହାର କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ଯୁବା ଦେଖାଯିବେ ।

ଫ୍ରେସ ରଖିଥାଏ : ଗ୍ରୀନ୍-ଟି ପିଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ମନ ମଧ୍ୟ ସତେଜ ରହିଥାଏ । ଟୁଥପେଷ୍ଟ ରେ ଏହାକୁ ବ୍ୟବହାର କଲେ ସ୍ୱାଦର ପରିବର୍ତନ ହୋଇଥାଏ ।

ଚାପରୁ ମୁକ୍ତି ଦେଇଥାଏ : ଅଧିକ ଚାପ ହେଲେ ଗ୍ରୀନ୍-ଟି ପିଇବା ଦ୍ୱାରା ଚାପରୁ ମୁକ୍ତି ମିଳିଥାଏ । ଗ୍ରୀନ୍-ଟି ଗୋଟିଏ କପ୍ କଫି ସହ ସମାନ ହୋଇଥାଏ ।

କଷ୍ଟ ନିବାରଣ କରିଥାଏ : ଶରୀରରେ କଷ୍ଟ ଅନୁଭବ ହେଲେ ଗ୍ରୀନ୍-ଟି ପିଇବା ଦ୍ୱାରା କଷ୍ଟ ଦୂର ହୋଇଥାଏ । ଆଣ୍ଠୁଗଣ୍ଠି ସମସ୍ୟା ହେଲେ ଗ୍ରୀନ୍-ଟି ପିଇବା ଦ୍ୱାରା କଷ୍ଟ ଲାଘଭ ହୋଇଥାଏ । ପ୍ରତ୍ୟେକ ଦିନ ଦୁଇଥର ଗ୍ରୀନ୍-ଟି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ସୁସ୍ଥ ରହେ ।

ପାଟିରୁ ଦୁର୍ଗନ୍ଧ ଦୂର କରିଥାଏ : ୧୦୦ ଗ୍ରାମ୍ ଗ୍ରୀନ୍-ଟିକୁ ଗୋଟିଏ କପ ଗରମ ପାଣିରେ ୩୦ ମିନିଟ୍ ପକାଇ ରଖିଲା ପରେ ଏହି ପାନୀୟ ସହ ଗୋଟିଏ ଚାମଚ ବେକିଂଗ ସୋଡା ପକାଇ ଏକ ପେଷ୍ଟ ତିଆରି କରି ବ୍ୟବହାର କଲେ ପାଟି ଦୁର୍ଗନ୍ଧ ଆପେ ଆପେ ଦୂର ହୋଇଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More