Only for Entertainment

ବିଭିନ୍ନ ରୋଗରୁ ମୁକ୍ତି ଦିଏ ହେଙ୍ଗୁ ! ଜାଣନ୍ତୁ କିପରି . . .

greenhands
0 41

ହେଙ୍ଗୁକୁ ସାଧରଣତଃ ଭାରତୀୟ ଗୃହିଣୀମାନେ ରୋଷେଇ ଘରେ ଅଧିକାଂଶ ସମୟରେ ବ୍ୟବହାର କରିଥାନ୍ତି । ମାତ୍ର ମସଲାଭାବେ ବ୍ୟବହାର କରାଯାଉଥିବା ଏହି ହେଙ୍ଗୁରେ ନାନା ପ୍ରକାରର ଔଷଧୀୟ ଗୁଣ ମଧ୍ୟ ରହିଛି । ଯାହାକୁ ବିଭିନ୍ନ ରୋଗରୁ ଉପଶମ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ଏହାର କିଛି ଔଷଧୀୟ ଗୁଣ ସଂପର୍କରେ ।

• ଅରୁଚି ତଥା ଗ୍ୟାସ ଜନିତ ସମସ୍ୟାରୁ ମୁକ୍ତି ପାଇଁ ଆପଣ ହେଙ୍ଗୁର ବ୍ୟବହାର କରିପାରିବେ । ତେବେ ଗୋଟେ ଗ୍ଲାସ୍ ପାଣିରେ କିଛି ମାତ୍ରାରେ ହେଙ୍ଗୁ ମିଶାଇ ପିଇବାଦ୍ୱାରା ଏଥିରୁ ଉପଶମ ମିଳିଥାଏ ।

• ହେଙ୍ଗୁକୁ ଆପଣ ଶ୍ୱାସ ଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ ମଧ୍ୟ ବ୍ୟବହାର କରିପାରିବେ । ଯଦି ଆପଣଙ୍କର ଛାତିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ଏହାକୁ ଗ୍ରହଣ କରିପାରିବେ ।

• ହେଙ୍ଗୁ ବିଶେଷ କରି ମହିଳାଙ୍କ ପାଇଁ ଅଧିକ ଉପକାରୀ ହୋଇଥାଏ । ତେବେ ଏହାକୁ ଋତୁସ୍ରାବ ସମୟରେ ହେଉଥିବା ପେଟ ଯନ୍ତ୍ରଣାବେଳେ ବ୍ୟବହାର କରିପାରିବେ । ଏଥିପାଇଁ ପାଣି ସହ ଟିକେ ହେଙ୍ଗୁ ମିଶାଇ ପିଇବାଦ୍ୱାରା ଏହା ସଙ୍ଗେ ସଙ୍ଗେ କାମ କରିଥାଏ ।

• ମୁଣ୍ଡ ବିନ୍ଧା ଭଳି ସମସ୍ୟାରେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ । ଅଧ କପ୍ ପାଣିରେ ମାତ୍ର କିଛି ଖଣ୍ଡ ହେଙ୍ଗୁ ପକାଇ ତାକୁ ଗରମ କରନ୍ତୁ । ଆଉ ଯେତେବେଳେ ଏହା ଟିକେ ଗରମ ହୋଇଯିବ ତେବେ ୧୫ ମିନିଟ୍ ଯାଏଁ ଏହାକୁ ପିଇବା ଉଚିତ୍ । ଏପରି କରିବାଦ୍ୱାରା ନିଶ୍ଚୟ ରୂପେ ଆରାମ ମିଳିବ ।

• ଯଦି ଆପଣ ବ୍ଲଡରେ ସୁଗାର ଲେବୁଲ ବା ରକ୍ତଚାପ ସନ୍ତୁଳନ କରିବାକୁ ଚାହୁଁଛନ୍ତି ତେବେ ଏହାକୁ ନିଶ୍ଟୟ ରୂପେ ଗ୍ରହଣ କରନ୍ତୁ । କାରଣ ଏହା ଶରୀରରେ ଇଂସୁଲିନ ଭଳି କାର୍ୟ୍ୟ କରିଥାଏ । ତେବେ ଖାଦ୍ୟ ତିଆରି କରିବା ସମୟରେ ଏହାକୁ ବ୍ୟବହାର କରନ୍ତୁ । କିଛି ଦିନ ଲଗାତର ଭାବେ ଏଭଳି କଲେ ଏହା ଡାଇବେଟିସ୍ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

• ଦାନ୍ତ ଜନିତ ବିଭିନ୍ନ ସମସ୍ୟାକୁ ଦୂର କରିବାପାଇଁ ମଧ୍ୟ ହେଙ୍ଗୁର ବ୍ୟବହାର କରିପାରିବେ । ଆପଣ ଏହାକୁ ଲେମ୍ବୁ ରସ ସହ କିଛି ମାତ୍ରାରେ ମିଶାଇ ପ୍ରଭାବିତ ସ୍ଥାନରେ ଲଗାଇବାଦ୍ୱାରା ଏଥିରୁ ଆରାମ ମିଳିଥାଏ ।

• ହେଙ୍ଗୁକୁ ନିୟମିତ ଭାବେ ଗ୍ରହଣ କରିବାଦ୍ୱାରା ପୁରୁଷଙ୍କଠାରେ ଦେଖାଦେଉଥିବା ନପୁଂସକତାକୁ ଦୂର କରିବା ସହ ସେକ୍ସ ପାୱାର ମଧ୍ୟ ବଢାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More