Only for Entertainment

କେଶ ଘନ କରିବା ସହିତ ଅନେକ ସମସ୍ୟା ଦୂର କରେ ଅଁଳା

istockphoto
29

ପ୍ରାଚୀନ କାଳରେ ଅଁଳାକୁ ରୋଗର ଚିକିତ୍ସା ପାଇଁ ଏବଂ ସୌନ୍ଦର୍ଯ୍ୟ ବର୍ଦ୍ଧକ ଭାବରେ ବ୍ୟବହାର କରାଯାଉଥିଲା । ଏଥିରେ ଭିଟାମିନ୍‌ ସି, କ୍ୟାଲସିୟମ୍‌, ଫସ୍‌ଫରସ୍‌, ଆଇରନ, କେରୋଟିନ୍‌, ଭିଟାମିନ୍‌ ବି, ଫାଇବର ଏବଂ କାର୍ବୋହାଇଡ୍ରେଟ୍‌ ଭଳି ତତ୍ତ୍ୱ ରହିଥାଏ । ଖାସ୍‌ କରି ମହିଳାମାନେ କେଶକୁ ଘନ ଏବଂ ସୁନ୍ଦର କରିବା ପାଇଁ ଅଁଳାକୁ ବ୍ୟବହାର କରିଥାନ୍ତି । କିନ୍ତୁ ଏହାର ଆହୁରି ଅନେକ ଫାଇଦା ରହିଛି । ଆସନ୍ତୁ ଜାଣିବା ସେ ବିଷୟରେ.

  • ଆଖି ପାଇଁ ଅଁଳା ବରଦାନ ସଦୃଶ । ଏଥିରେ ଥିବା ତତ୍ତ୍ୱ ଗୁଡ଼ିକ ଦୃଷ୍ଟିଶକ୍ତିକୁ ବର୍ଷ ବର୍ଷ ପର୍ଯ୍ୟନ୍ତ ସତେଜ ରଖିଥାଏ । ସକାଳୁ ଖାଲି ପେଟରେ ଅଅଁଳାର ରସ ପିଇବା ଦ୍ୱାରା ଦୃଷ୍ଟିଶକ୍ତି ବଢ଼ିଥାଏ । ପ୍ରତିଦିନ ଅଁଳା ପାଉଡ଼ରକୁ ମହୁରେ ମିଶାଇ ଖାଇବା ଦ୍ୱାରା ମୋତିଆବିନ୍ଦୁର ସମସ୍ୟା ଦୂର ହୋଇଥାଏ ।
  • ଯଦି ଆପଣ ମଧୁମେହ ରୋଗରେ ଆକ୍ରନ୍ତ । ତେବେ ଆପଣଙ୍କ ପାଇଁ ଅଁଳା ଅତ୍ୟନ୍ତ ଲାଭଦାୟକ । ମଧୁମେହ ରୋଗୀମାନେ ଯଦି ଅଁଳା ରସରେ ମହୁ ମିଶାଇ ପିଅନ୍ତି । ତେବେ ଏହି ରୋଗକୁ କିଛି ମାତ୍ରରେ ଉପଶମ ମିଳିବ ।
  • ଯଦି ଆପଣଙ୍କର ଗ୍ୟାସ୍‌ଟ୍ରିକ୍‌ ସମସ୍ୟା ରହିଛି । ତେବେ ଖାଲି ପେଟରେ ଅଁଳା ରସ ପିଅନ୍ତୁ । ଲାଗାତାର ଅଁଳା ରସ ପିଇବା ଦ୍ୱାରା ଆପଣଙ୍କର ଏହି ସମସ୍ୟା ଦୂର ହୋଇଯିବ ।
  • ପେଟରେ ଷ୍ଟୋନର ସମସ୍ୟା ଦେଖାଗଲେ, ଅଁଳା ରସ ପିଇବା ଆରମ୍ଭ କରନ୍ତୁ । ଅଁଳା ଚୁନା ସହ ମୂଳା ମିଶାଇ ଚୋବାଇବା ଦ୍ୱାରା କିିଡ୍‌ନିରେ ହୋଇଥିବା ଷ୍ଟୋନ ବାହାରି ଯାଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More