Only for Entertainment

ମଧୁମେହ ରୋଗୀଙ୍କ ପାଇଁ ମହୌଷଧି ଜାମୁକୋଳି, ଡାଏଟରେ କରନ୍ତୁ ସାମିଲ।

YouTube
0 60

ଜାମୁକୋଳି ପାଟିକୁ ଖଟାମିଠା ଲାଗିଥାଏ ସତ କିନ୍ତୁ ଆପଣ ଜାଣନ୍ତି କି ଏହା ବିଭିନ୍ନ ପ୍ରକାରର ରୋଗ ଦୂର କରିବାରେ ସହାୟକ ହୋଇଥାଏ । ଏବେ ଜାମୁକୋଳି ମିଳିବାରେ କୌଣସି ଆସୁବିଧା ନାହିଁ ।  ମଧୁମେହ ରୋଗୀଙ୍କ ଲାଗି ଏହା ମହୌଷଧି ସଦୃଶ କାମ କରେ। ମଧୁମେହ ରୋଗୀ ପ୍ରତିଦିନ ଜାମୁ କୋଳି ରସ ପିଇବା ଦ୍ୱାରା ରୋଗ ନିୟନ୍ତ୍ରଣରେ ରହିଥାଏ। ଏହା ତ୍ୱଚାର ରଙ୍ଗ ଉଜ୍ଜ୍ୱଳ କରିବାରେ ସହାୟକ ହୋଇଥାଏ। ଜାମୁକୋଳିରେ ଥିବା ଭିଟାମିନ୍‌ ତ୍ୱଚାର ନିଷ୍କ୍ରିୟ କୋଷକୁ ସକ୍ରିୟ କରିଥାଏ ବୋଲି ଜାପାନ ଟୋକିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଗବେଷଣାରୁ ଜଣାପଡିଛି ।

  • ଗଣ୍ଠିବାତ ଓ ରକ୍ତହୀନତା ରୋଗୀଙ୍କ ପାଇଁ ଏହା ବେଶ୍‌ ଉପଯୋଗୀ। ଜାମୁକୋଳି ଗଛର ଛାଲିକୁ ଛେଚି ତାକୁ ସିଝାଇ ପାଣି ମରିଗଲେ ଏହାକୁ ଆଣ୍ଠୁଗଣ୍ଠିରେ ଲଗାଇଲେ ମିଳେ ଆରାମ। ତେବେ ଅଧିକ ମାତ୍ରାରେ ଜାମୁକୋଳି ଖାଇବା ଦ୍ୱାରା ଜ୍ୱର ହେବାର ସମ୍ଭାବନା ଥାଏ।
  • ସେହିପରି ଖାଲି ପେଟରେ ଜାମୁକୋଳି ନ ଖାଇବାକୁ ଏହି ଗବେଷଣା ରିପୋର୍ଟରେ ଦର୍ଶାଯାଇଛି। ଜାମୁକୋଳି ଖାଇବା ପରେ କ୍ଷୀର ପିଇବା ଅନୁଚିତ।
  • ବିଷାକ୍ତ ଜନ୍ତୁ କାମୁଡ଼ିବା ପରେ ଜାମୁ ପତ୍ରର ରସ ପିଇଲେ ମିଳିଥାଏ ଆରାମ। କ୍ଷତ ସ୍ଥାନରେ ଜାମୁକୋଳିର କଅଁଳ ପତ୍ରକୁ ଛେଚି ବାନ୍ଧିଲେ ଏହା ଶୀଘ୍ର ଶୁଖି ଯାଇଥାଏ। କାରଣ ଜାମୁପତ୍ରରେ କ୍ଷତ ଶୁଖିବାର କ୍ଷମତା ରହିଛି।
  • ଜାମୁକୋଳି ଯକୃତକୁ ସୁସ୍ଥ ରଖିବା ସହିତ ମୂତ୍ରାଶୟ ସମସ୍ୟା ମଧ୍ୟ ଦୂର କରେ। ଜାମୁକୋଳି ରସ, ମହୁ ଓ ଗୋଲାପ ଫୁଲର ରସ ମିଶାଇ ପ୍ରତିଦିନ ସକାଳୁ ସେବନ କଲେ ସମସ୍ତ ଶାରିରୀକ ଦୁର୍ବଳତା ଦୂର ହୋଇଥାଏ। ସେହିପରି ଏହାକୁ ପ୍ରତିଦିନ ସେବନ କଲେ ଯୌନ ତଥା ସ୍ମରଣ ଶକ୍ତି ବୃଦ୍ଧି ପାଏ ବୋଲି ରିପୋର୍ଟରେ ଉଲ୍ଳେଖ ରହିଛି।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More