Only for Entertainment

ଦୀର୍ଘ ନିଶ୍ୱାସ ନେବା ଦ୍ୱାରା ଶରୀରକୁ ମିଳିଥାଏ ଏହି ସବୁ ଫାଇଦା

Atlanta ENT
0 39

ନିଶ୍ୱାସ ହେଉଛି ପ୍ରାଣ, ତେଣୁ ଅମ୍ଳଜାନକୁ ପ୍ରାଣବାୟୁ ବୋଲି କୁହାଯାଇଥାଏ। ଏଥିପାଇଁ ଜୀବନରେ ପ୍ରାଣାୟାମ ନିହାତି ଆବଶ୍ୟକ ବୋଲି କୁହାଯାଇଥାଏ। ସେଥିପାଇଁ ଯଦି ଆମେ ପ୍ରତ୍ୟେକ ନିଶ୍ୱାସ ଉପରେ ଧ୍ୟାନ ଦେବା ତେବେ ସୁସ୍ଥ ଜୀବନଶୈଳୀ ପାଇ ପାରିବା। ପ୍ରତ୍ୟେକଟି ନିଶ୍ୱାସ-ପ୍ରଶ୍ୱାସ ଉପରେ ଧ୍ୟାନ ଦେଲେ ଆମେ ଶାରୀରିକ ଓ ମାନସିକ ଉଭୟ ସ୍ତରରେ ସୁସ୍ଥ ରହି ପାରିବା ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି। ଦୀର୍ଘ ନିଶ୍ୱାସ ଆମର ଶରୀରରୁ କ୍ଲାନ୍ତ, ଚିନ୍ତାକୁ ଦୂର କରିବା ସହିତ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ। ସଠିକ୍‌ ଭାବେ ନିଶ୍ୱାସ ନେବା ଦ୍ୱାରା ଆମ ଶରୀର ଓ ମନରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ହୋଇଥାଏ। ତେଣୁ ପ୍ରତିଦିନ ଦୀର୍ଘନିଶ୍ୱାସର ଅଭ୍ୟାସ ଆରମ୍ଭ କରି ଦିଅନ୍ତୁ।

ହାଓ୍ଵର୍ଡ ୟୁନିର୍ଭିସିଟିରେ ହୋଇଥିବା ରିସର୍ଚ୍ଚରୁ ଜଣାପଡ଼ିଛି, ଧ୍ୟାନରେ ବସି ଦୀର୍ଘ ନିଶ୍ୱାସ ନେବା ଦ୍ୱାରା ଆମର ମସ୍ତିଷ୍କର ଆକାର ବିକଶିତ ହୋଇଥାଏ। ଶୋଇବା ସମୟରେ ଦୀର୍ଘ ନିଶ୍ୱାସ ନେବା ମସ୍ତିଷ୍କ ପାଇଁ ଭଲ ହୋଇଥାଏ। ଦୀର୍ଘନିଶ୍ୱାସ ପ୍ରାଣାୟାମ କରିବା ଦ୍ୱାରା ହୃତଘାତ ଆଶଙ୍କା କମ୍‌ ରହିଥାଏ। ଦୀର୍ଘନିଶ୍ୱାସ ଅଭ୍ୟାସ କରି ଏହି ସ୍ଥିତିକୁ ସୁଧାର ଅଣାଯାଇପାରେ।

ଧିମା ନିଶ୍ୱାସ ଚିନ୍ତାଗ୍ରସ୍ତ ସମୟରେ ଶରୀରକୁ ଲଢ଼ିବା ପାଇଁ ସମ୍ପୂର୍ଣ୍ଣ ଶକ୍ତି ଦେଇପାରେ ନାହିଁ। ଏପରି କ୍ଷେତ୍ରରେ ଯଦି ନିଶ୍ୱାସ ଉପରେ ଧ୍ୟାନ ଦେଇ ଦୀର୍ଘ ନିଶ୍ୱାସ ନେବା ତେବେ ଶରୀରକୁ ଶାନ୍ତି ମିଳିଥାଏ। ପ୍ରତିଦିନ ସକାଳେ ୫ମିନିଟ୍‌ ଦୀର୍ଘନିଶ୍ୱାସ ନେବା ଆରମ୍ଭ କରନ୍ତୁ, ଏପରି ଅଭ୍ୟାସ ରଖିବା ଦ୍ୱାରା ରକ୍ତଚାପରେ ସନ୍ତୁଳନ ରହିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More