Only for Entertainment

ତ୍ୱଚା ପାଇଁ ଉପକାରୀ ମୁଲତାନୀ ମାଟି, ଜାଣନ୍ତୁ କିପରି କରିବେ ବ୍ୟବହାର

Medium
0 56

ଖରାଦିନେ ତ୍ୱଚାରେ ଅନେକ ସମସ୍ୟା ଦେଖାଯାଇଥାଏ । ତେଣୁ ଖରାଦିନେ ତ୍ୱଚାର ଖାସ ଯତ୍ନ ନେବା ଆବଶ୍ୟକ । ଏଥିପାଇଁ  ଲୋକେ ବଜାରରେ ମିଳୁଥିବା ଅନେକ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାନ୍ତି ଏବଂ ଏଥିପାଇଁ ଅନେକ ଅର୍ଥ ଖର୍ଚ୍ଚ ୁ ମଧ୍ୟ ଖର୍ଚ୍ଚ କରିଥାନ୍ତି । ତେବେ ମୁଲତାନୀ ମାଟିର ପ୍ରୟୋଗ କରି ଏବଂ ସ୍ୱଳ୍ପ ଅର୍ଥ ଖର୍ଚ୍ଚ କରି ଆପଣ ମଧ୍ୟ ତ୍ୱଚାର ଯତ୍ମ ନେଇପାରିବେ ।

  • ଖରାଦିନେ ତ୍ୱଚାର  ଉପଚାର ପାଇଁ ମୁଲତାନୀ ମାଟି ବ୍ୟବହାର କରନ୍ତୁ । ତ୍ୱଚା ଶୀତଳ ଓ ଆର୍ଦ୍ର ରହିବ । ଝାଳ କମିବ ଓ ମେକ ଅପ ଅଧିକ ସମୟ ରହିବ ।
  • ଏକ ଚାମଚ ପୋଦିନା ରସରେ ଅଧ ଚାମଚ ଲେଖାଏଁ ମୁଲତାନୀ ମାଟି, ଲେମ୍ବୁ ରସ ଫେଣ୍ଟି ମୁହଁରେ ଲଗାନ୍ତୁ । କିଛି ସମୟ ପରେ ଥଣ୍ଡା ପଣିରେ ମୁହଁ ଧୋଇ ଦିଅନ୍ତୁ । ଧୂଳି ମଳି ସଫା ହେବା  ସହିତ ତ୍ୱଚା ମସୃଣ ହେବ ।
  • ତ୍ୱଚା କଣ୍ଡୁ ଓ ଘିମିରି ପାଇଁ ଏକ ଚାମଚ ମୁଲତାନୀ ମୀଟିରେ ଅଧ  ଚାମଚ ଲୋଖାଏଁ ବେସନ ଓ ବଟା ହଳଦୀ ଫେଣ୍ଟି ସ୍ନାନ ପୂର୍ବରୁ ଲଗାନ୍ତୁ ।
  • ଖରାଦିନେ ମୁହଁରେ କଳା ଦାଗ ସମସ୍ୟା ଅଧିକ ଦେଖାଯାଇଥାଏ । ଏହି ସମସ୍ୟାରେ ନପଡିବା ପାଇଁ ଏକ ଚାମଚ ମୁଲତାନୀ ମାଟିରେ ଅଣ୍ଡା କେଶର ଓ ଦହି ଫେଣ୍ଟି ପ୍ରତିଦିନ ଥରେ ଲଗାନ୍ତୁ । ରାତିରେ ଶୋଇବା ପୂର୍ବରୁ ଲଗାଇଲେ ଭଲ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More