Only for Entertainment

କିସମିସ ଡ୍ରିଙ୍କ୍ସ ସାହାଯ୍ୟରେ କରନ୍ତୁ ଶରୀରକୁ ଡିଟକ୍ସ ।

tribunnews
0 47

ଲିଭର ରକ୍ତକୁ ସଫା କରିବା ଏବଂ ଖାଦ୍ୟ ହଜମ କରିବାରେ ସହାୟକ ହୋଇଥାଏ । ମାତ୍ର ତେଲରେ ଛଣା ହୋଇଥିବା ଖାଦ୍ୟ, ବ୍ୟାୟାମ ନ କରିବା, ମଦ୍ୟପାନ ଏବଂ ଧୁମ୍ରପାନ ଭଳି କୁଅଭ୍ୟାସ ଥିବା ଲାଇଫ ଷ୍ଟାଇଲ ଲିଭର ଉପରେ କୁପ୍ରଭାବ ପକାଇଥାଏ । ପ୍ରଭାବ ଅଧିକ ପଡିଲେ ଲିଭର ଠିକ ଭାବେ ଟକ୍ସିନ୍ସକୁ ବାହାରକୁ ବାହାର କରି ପାରେ ନାହିଁ ।

ଶରୀରର ଟକ୍ସିନ୍ସକୁ ବାହାରକୁ କାଢିବା ଲାଗି ଆପଣ ଏକ ଖାସ ପାନୀୟର ସହାୟତା ନେଇ ପାରିବେ । କିସମିସ ଏବଂ ପାଣିରୁ ପ୍ରସ୍ତୁତ ହୋଇଥିବା ଏହି ପାନୀୟ କିଛି ଦିନ ମଧ୍ୟରେ ଆପଣଙ୍କ ଶରୀରରେ ଥିବା ସମସ୍ତ ଅପରିଷ୍କାର ସଫା ହୋଇଯିବ ।

ଏହିକାରଣରୁ ଅଟେ ଲାଭପ୍ରଦ:

କିସମିସ ପାଣିରେ ଭରପୂର ମାତ୍ରାରେ ରହିଥାଏ ମିନେରାଲ୍ସ । ଏହା ଏନର୍ଜି ଭରା ଫ୍ୟାଟ ଫୁଡ ଅଟେ । ଏଥିରେ ଅନେକ ମାତ୍ରାରେ ଆଇରନ, ପୋଟାସିୟମ, ଭିଟାମିନ ଏବଂ ଆଂଟି ଅକ୍ସିଡାଂଟ ରହିଥାଏ । ଏହାକୁ ପାଣିରେ ଭିଜାଇାବ ଦ୍ୱାରା ଏହାର ଫାଇଦା ଆହୁରୀ ବଢିଯାଇଥାଏ ।

ଏଭଳି ପ୍ରସ୍ତୁତ କରନ୍ତୁ ଡ୍ରିଙ୍କ୍ସ :

୧୫୦ଗ୍ରାମ କିସମିସକୁ ଭଲଭାବେ ଧୋଇ ସଫା କରିଦିଅନ୍ତୁ । ଏହାପରେ ୨କପ ପାଣିରେ ୨୦ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ଏବେ କିସମିସକୁ ରାତି ସାରା ଏହି ପାଣିରେ ଭିଜାଇ ଛାଡି ଦିଅନ୍ତୁ ।

ଏଭଳି କରନ୍ତୁ ସେବନ:

ସକାଳେ ଖାଲି ପେଟରେ ବ୍ରେକଫାଷ୍ଟର ଅଧଘଂଟା ପୂର୍ବରୁ କିସମିସ ଅଲଗା କରି ସେହି ପାଣିକୁ ପିଅନ୍ତୁ । କିସମିସକୁ ବ୍ରେକଫାଷ୍ଟ ଖାଇଲା ବେଳେ ଚୋବାଇ ଖାଆନ୍ତୁ । ଏହାଦ୍ୱାରା ଆପଣଙ୍କ ଲିଭର ସୁସ୍ଥ ରହିବ ।

ଆହୁରି ମଧ୍ୟ ରହିଛି ଫାଇଦା:

-କିସମିସ ପାଣିକୁ ପିଇବା ଦ୍ୱାରା ଏଥିରେ ଥିବା ଆଂଟି ଅକ୍ସିଡାଂଟ ଶରୀର ସେଲ୍ସକୁ ମଜଭୂତ କରିଥାଏ ଏବଂ ଏହା କ୍ୟାନସର ଭଳି ରୋଗରୁ ମଧ୍ୟ ସୁରକ୍ଷା ଦେଇଥାଏ ।

-ଏହି ପାଣିରେ ଥିବା ଅମିନୋ ଏସିଡ ଶରୀରକୁ ଏନର୍ଜି ଦେଇଥାଏ ।

-ଏହି ପାଣିରେ ଆଇରନ , କ୍ୟାଲସିୟମ, ଭିଟାମିନ ମଧ୍ୟ ରହିଥାଏ । ଏହା ହାଡକୁ ମଜଭୂତ ରଖିବାରେ ମଧ୍ୟ ସହାୟକ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More