Only for Entertainment

ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ ପେଜ !

73

ଭାତ ଆମର ପ୍ରଧାନ ଖାଦ୍ୟ। ସେଥିପାଇଁ ଘରେ ପ୍ରତିଦିନ ଭାତ ପ୍ରସ୍ତୁତ ହୋଇଥାଏ। ତେବେ ଭାତ ପ୍ରସ୍ତୁତ ସମୟରେ ସେଥିରୁ ବାହାରୁଥିବା ପେଜକୁ ଆମେ ଫିଙ୍ଗି ଦେଇଥାଉ। ଆସନ୍ତୁ ଜାଣିବା ଯାହାକୁ ଆମେ ଅଦରକାରୀ ଭାବି ଫିଙ୍ଗି ଦେଇଥାଉ ତାହା ଆମର କେଉଁ କାମରେ ଆସିଥାଏ।

ଚାଉଳରୁ ଭାତ ହୋଇଗଲା ପରେ ସେଥିରୁ ପେଜ ବାହାରି ଥାଏ। ଏହି ପେଜକୁ ଆମେ ଗାଈକୁଣ୍ଡରେ ହେଉ ଅଥବା ନଳାରେ ଫିଙ୍ଗି ଦେଇଥାଉ। କିନ୍ତୁ ଏଥିରେ ପୌଷ୍ଟିକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ। ପେଜରେ ଲୁଣ ଓ ଭଗା ଜିରା ମିଶାଇ ଏନର୍ଜି ଡ୍ରିଙ୍କ୍ ପ୍ରସ୍ତୁତ କରାଯାଇଥାଏ। ଯାହା ଶରୀର ପାଇଁ ବହୁ ଲାଭଦାୟକ ହୋଇଥାଏ। ଏହି ପେଜରେ ପୋଦିନା ଓ କଳା ଲୁଣ ମିଶାଇ ସୁପ୍ ବି ପ୍ରସ୍ତୁତ କରାଯାଇ ପାରିବ। ଏହାକୁ ପିଇବା ଦ୍ୱାରା ଶରୀରକୁ ଭିଟାମିନ୍ ମିଳିବା ସହିତ ପାଟିକୁ ସ୍ୱାଦିଷ୍ଟ ବି ଲାଗିଥାଏ। ପେଜ ଶରୀରକୁ ଥଣ୍ଡା ରଖିଥାଏ। ତେଣୁ ଏହାକୁ ଖରାଦିନେ ପିଇବା ଲାଭଦାୟକ ହୋଇଥାଏ। ଏହାକୁ ପିଇବା ଦ୍ୱାରା କୋଷ୍ଟକାଠିନ୍ୟରୁ ଆରାମ ମିଳିଥାଏ। ପେଟ ସଫା ରହିଲେ ଶରୀରର ଆପଣାଛାଏଁ ଥଣ୍ଡା ହୋଇଯାଇଥାଏ। ଏତଦ୍ ବ୍ୟତୀତ ପେଜରେ କାବ୍ରୋହାଇଡ୍ରେଟ ବି ଭରପୂର ମାତ୍ରାରେ ରହିଥାଏ।

ପେଜକୁ କେବଳ ସୁସ୍ଥସ୍ୱାସ୍ଥ୍ୟ ପାଇଁ ନୁହେଁ ସୌନ୍ଦର୍ୟ୍ୟକୁ ଅତୁଟ ରଖିବାକୁ ପାଇଁ ବି ସେବନ କରାଯାଇଥାଏ। ଏଥିରେ ଅନେକ ପ୍ରକାର ଭିଟାମିନ୍ ଓ ମିନିରାଲ୍ସ ଭରି ରହିଥାଏ। ଏହା ଦ୍ୱାରା ତ୍ୱଚାରେ ଥିବା ଦାଗ ଦୂର ହୋଇଥାଏ। ପେଜକୁ ଥଣ୍ଡା କରି ଏହାକୁ ଚେହେରାରେ ଲଗାନ୍ତୁ। ଶୁଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହାଦ୍ୱାରା ତ୍ୱଚା ସଙ୍କୁଚିତ ହୁଏ ନାହିଁ। ବ୍ରଣ ସମସ୍ୟାକୁ ବି ଦୂର କରିଥାଏ।କେବଳ ଏତିକି ନୁହେଁ ଏହାକୁ ସ୍ୟାମ୍ପୁ ଆକାରରେ ମଧ୍ୟ ବ୍ୟବହାର କରାଯାଇଥାଏ। ପେଜକୁ କେଶରେ ଲଗାଇ ଥଣ୍ଡା ପାଣିରେ ଧୋଇବା ଦ୍ୱାରା କେଶରେ ଚମକ ବୃଦ୍ଧି ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More