Only for Entertainment

ତେନ୍ତୁଳି ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ ।

newpakistan.tv
0 43

ତେନ୍ତୁଳି ଏକ ଏପରି ଜିନିଷ ଯାହାକୁ ଭାରତ ବର୍ଷର ପ୍ରାୟ ସମସ୍ତେ ଖାଇଥିବେ ନିଶ୍ଚୟ । ଏହାର ସ୍ୱାଦ କିପରି ତାହା ଆପଣ ସମସ୍ତଙ୍କୁ ଜଣା ଥିବ ନିଶ୍ଚୟ । ଛୋଟ ବେଳେ ସାଙ୍ଗମାନଙ୍କ ସହ ଯାଇ ତେନ୍ତୁଳି ଖାଇବାର ଅନୂଭୁତି ସମସ୍ତଙ୍କର ନିହାତି ଭାବରେ ଥିବ । କିନ୍ତୁ ସେ ସମୟରେ ବୋଧହୁଏ ଆପଣ ଭାବି ନ ଥିବେ ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ କ’ଣ ଲାଭ ମିଳୁଛି । ଭାବିଥିଲେ କି ? ତେବେ ଆଜି ଆମେ ଜାଣିବା ତେନ୍ତୁଳି ପାଟିକୁ ସ୍ୱାଦ ଦେବା ସହ ଶରୀରକୁ କି କି ଲାଭ ଦେଇଥାଏ ।

୧. ଏହା ମଧୁମେହକୁ ରୋକିଥାଏ । ଏଥିରେ ଆଲ୍ଫା-ଆମିଲେସ୍ ନାମକ ଏନ୍ଜାଇମ୍ ଥାଏ, ଯାହା ଶରୀରରେ କାର୍ବୋହାଇଡ଼୍ରେଟ୍କୁ ଜମା ହେବାରୁ ରୋକିଥାଏ । ଆପଣ ଜାଣିଥିବେ କାର୍ବୋହାଇଡ଼୍ରେଟ୍ ରହିବା ଦ୍ୱାରା ଶରୀରରେ ଗ୍ଲୁକୋଜ୍ ଏବଂ ଇନ୍ସୁଲିନ ସ୍ତର ବଢ଼ିଥାଏ । ଯାହାଦ୍ୱାରା ମଣିଷକୁ ମଧୁମେହ ରୋଗ ହୋଇଥାଏ ।

tamarind-2୨. ଏହାକୁ ଖାଇବା ଦ୍ୱାରା ରକ୍ତଚାପ ଏବଂ କୋଲେଷ୍ଟ୍ରଲ କମ୍ ହୋଇଥାଏ । ତେନ୍ତୁଳିରେ ଥିବା ଫାଇବର ଏବଂ ପୋଟାସିୟମ କୋଲେଷ୍ଟ୍ରଲ ସହ ରକ୍ତଚାପକୁ ନିୟନ୍ତ୍ରଣ କରେ । ଏହା ସହ ମାନସିକ ଚାପରୁ ମଧ୍ୟ ମୁକ୍ତି ମିଳିବା ସହ ହୃଦ୍ଘାତରୁ ମଧ୍ୟ ରକ୍ଷା ମିଳିଥାଏ ।

୩.ଏଥିରେ ହାଇଡ଼୍ରୋସାଇଟ୍ରିକ୍ ଏସିଡ଼୍ ଥାଏ ଯାହାକି ଓଜନ କମାଇବାରେ ସାହାଯ୍ୟ କରେ । ଯଦି ଆପଣ ମୋଟା, ତେବେ ଏହାକୁ ଖାଇବା ଆପଣଙ୍କ ପାଇଁ ଭଲ ।

୪. ତେନ୍ତୁଳିକୁ ଫଳ ଭାବରେ ବା ମସଲା ଭାବରେ ଯଦି ଆପଣ ଖାଉଛନ୍ତି ତେବେ ଏହା ଆପଣଙ୍କ ପାଚନ ପ୍ରକ୍ରିୟାକୁ ସକ୍ରିୟ ରଖିବା ସହ କୋଷ୍ଠକାଠିନ୍ୟ ଦୂର କରିଥାଏ । ଏହାକୁ ଖାଇବା ଦ୍ୱାରା ଡ଼ାଇରିଆ ହେବାର ସମ୍ଭାବନା ବହୁତ କମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More