Only for Entertainment

ଜାଣନ୍ତୁ ଚା’ ପତିର ଉପକାରିତା ବିଷୟରେ…

Serving Joy
0 101

ଚା’ ପିଇବା ଅନେକ ଲୋକଙ୍କୁ ପସନ୍ଦ । ସାଧାରଣତଃ ଆମେ ଚା’ପତିକୁ ଚା’ କରିସାରିବା ପରେ ଫିଙ୍ଗି ଦେଇଥାଉ । ଆପଣ ଏହା ଜାଣିନଥିବେ ଯେ ଚା’ ପତି ଅନେକ ସମସ୍ୟାରୁ ରକ୍ଷା କରିବା ପାଇଁ ସହାୟତା ହୋଇଥାଏ । ତେବେ ଆସନ୍ତୁ ଜାଣିବା ଚା’ ପତିର କେତେକ ବ୍ୟବହାର ସଂପର୍କରେ ।

ମୂଷା ଘଉଡାଇବା : ତା’ପତି ଗୁଣ୍ଡର ବ୍ୟବହାର ଦ୍ୱାରା ମୂଷା ଘରକୁ ଆସି ନଥାନ୍ତି । ଟି’ ବ୍ୟାଗର ବ୍ୟବହାର ପରେ ମୂଷା ଆସୁଥିବା ସ୍ଥାନରେ ରଖି ଦିଅନ୍ତୁ । ଏହାର ବାସ୍ନାରେ ମୂଷା ଆଦୌ ଘରକୁ ଆସିବେ ନାହିଁ ।
ବୁଢିଆଣି ରହନ୍ତିନି : ସେହିପରି ଟି-ବ୍ୟାଗକୁ ଘରର ସବୁ କୋଣରେ ରଖିବା ଦ୍ୱାରା ଏହାର ବାସ୍ନାରେ ବୁଢିଆଣୀ ଘରେ ବସା ବାନ୍ଧି ରହି ନଥାଏ ।

ମଶା ଦୂର କରେ : ଘରେ ମଶାଙ୍କ ଯୋଗୁଁ ଚିନ୍ତିତ ଥିଲେ ଟି-ବ୍ୟାଗ ବା ଖୋଲା ଚା’ପତି ସହିତ ୨-୩ଟି ଲବଙ୍ଗକୁ କୋଣ ଅନୁକୋଣରେ ଏହାର ଧୂଆଁ ଦିଅନ୍ତୁ । ଚା’ପତି ବାସ୍ନାରେ ମଶା ମରିବା ସହିତ ମଶା ମାରିବା ଲାଗି ରାସାୟାନିକ ମଶାବତୀ ଆବଶ୍ୟକ ହୋଇ ନଥାଏ ।
ମିରର ଓ ଝରକା କାଚ ସଫା : ମିରର ଓ ଝରକା କାଚକୁ ସଫା କରିବାକୁ ଚାହୁଁଥିଲେ ଚା’ପାଣି ସ୍ପ୍ରେ କରି ଏକ ସଫା କଫଡାରେ ମିରର ଓ ଝରକା କାଚକୁ ଭଲ ଭାବେ ପୋଛି ଦିଅନ୍ତୁ । ଅତି ସହଜରେ ସଫା ହୋଇଯିବ ।

ଉଡ ଫ୍ଲୋର ସଫା : ଯଦି ଉଡ ଫ୍ଲୋର ସଫା କରିବାକୁ ଚାହୁଛନ୍ତି ତେବେ ବିନା ଚିନିରେ ବ୍ଲାକ ଟି’ ପାଣିକୁ ବ୍ୟବହାର କରନ୍ତୁ । ଏଥିରେ ଥିବା ଟେନିଂସ ଉଡ ଫ୍ଲୋରର ଉଜ୍ଜ୍ୱଳ ବୃଦ୍ଧି କରେ ।

ଜୋତା ଗନ୍ଧ ଚାଲିଯାଏ : ମୋଜା ଓ ଜୋତା ପିନ୍ଧିବା ଫଳରେ ପାଦରୁ ବେଳେ ବେଳେ ଦୁର୍ଗନ୍ଧ ବାହାରିଯାଏ, ତେବେ ପାଦକୁ ଦୁର୍ଗନ୍ଧ ଦୂର କରିବା ପାଇଁ ବ୍ଲାକ ଟି (ବିନାଚିନି ପଡ଼ିଥିବା) ପାଣିକୁ ଏକ ପାତ୍ରରେ ରଖି ନଖ ଉଷୁମ ପାଣିରେ ଗୋଡ଼କୁ ବୁଡାଇ କିଛି ସମୟ ରଖନ୍ତୁ । ଦୁର୍ଗନ୍ଧ ଦୂର ହୋଇଯିବ । ଏଥିସହିତ ଏହି ପାଣିରେ ଆପଣଙ୍କ ମୌଜାକୁ ବୁଡ଼ାଇ ସଫା କରି ଦେବା ଫଳରେ ଏହାର ଦୁର୍ଗନ୍ଧ ବି ଦୂର ହୋଇଯାଏ ।

ପୋଷା ଜୀବ : ପୋଷା କୁକୁର କିମ୍ବା ବିରାଡିଙ୍କ ଶୋଇବା ଶଯ୍ୟା ଯଦି ଦୁର୍ଗନ୍ଧ ହେଉଥାଏ ତେବେ ଚା’ପତି ଗୁଣ୍ଡ ସେମାନଙ୍କ ଶଯ୍ୟାରେ ବିଛାଇ ଦିଅନ୍ତୁ । ଏହାର ବାସ୍ନାରେ ଜୀବାଣୁ ମରିବା ସହିତ ଦୁର୍ଗନ୍ଧ ଦୂର ହୋଇଯିବ ।

ଫ୍ରିଜରୁ ଦୁର୍ଗନ୍ଧ ଦୂର : ଫିଜ୍ରରୁ ଯଦି ଗନ୍ଧ ବାହାରୁଥାଏ ତେବେ ବ୍ୟବହୃତ ଟି-ବ୍ୟାଗକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହାକୁ ଶୁଖାଇ ଫ୍ରିଜରେ ରଖି ଦିଅନ୍ତୁ । ଫ୍ରିଜ ଦୁର୍ଗନ୍ଧ ଦୂର ହୋଇଯିବ ।

ପାଟି ଦୁର୍ଗନ୍ଧ ଓ ଗଳା ଯନ୍ତ୍ରଣା : ଯଦି ଗଳାରେ ଯନ୍ତ୍ରଣା ଅନୁଭୂତ ହୁଏ ତେବେ ଚା’ପାଣିରେ ପୋଦିନା ଓ ଅଳ୍ପ ଟିକେ ଲୁଣ ମିଶାଇ ନଖ ଉଷୁମ ପାଣିରେ କୁଳି କରିବା ଫଳରେ ମୁହଁ ଦୁର୍ଗନ୍ଧ ଓ ଗଳା ଯନ୍ତ୍ରଣା ମଧ୍ୟ ଦୂର ହୋଇଯାଏ ।

ଗୋଲାପ କୁଣ୍ଡରେ ଚା’ପତି ଗୁଣ୍ଡ ପକାନ୍ତୁ : ଚା’ ପ୍ରସ୍ତୁତ ହୋଇ ସାରିବା ପରେ ଏହାର ପତିକୁ ଗୋଲାପ କୁଣ୍ଡରେ ପକାନ୍ତୁ । ଫଳରେ ଗୋଲାପ ଗଛ ଭଲ ଭାବେ ବଢିବା ସହିତ ଫୁଲ ମଧ୍ୟ ଫୁଟି ଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More