Only for Entertainment

ପ୍ରତ୍ୟେକ ଦିନ ଖାଆନ୍ତୁ ତରଭୂଜ, ମିଳିବ ଅନେକ ଫାଇଦା

Huffington Post
0 95

ଆସିଛି ଗରମ ଦିନ । ରାସ୍ତା କଡରେ ତରଭୂଜ ପସରା ବସିଲାଣି । ମାର୍ଚ୍ଚ ମାସ ଆରମ୍ଭ ହେଉ ହେଉ ଖରାର ତେଜ କହିଲେ ନସରେ । ଖରା ଦାଉରୁ ମୁକ୍ତି ତଥା ଶରୀରକୁ ଜଳୀୟ ଅଂଶ ଦେବା ପାଇଁ ବାଟୋଇଙ୍କ ଏକ ମାତ୍ର ମାଧ୍ୟମ ପାଲଟିଛି ତରଭୂଜ ।
ରିସର୍ଚ୍ଚ ଅନୁସାରେ ତରଭୂଜରେ ଭିଟାମିନ ଏବଂ ଆଣ୍ଟି ଅକ୍ସିଡେଣ୍ଟ ରହିଛି ଯାହା ପେଟ ରୋଗ, କ୍ୟାନସର, ହୃଦରୋଗ ଏବଂ ମଧୁମେହ ରୋଗରୁ ରକ୍ଷା କରିଥାଏ । ତେବେ ଆସନ୍ତୁ ଜାଣିବା ତରଭୂଜ ଖାଇବା ଦ୍ୱାରା ଆଉ କ’ଣ ଫାଇଦା ମିଳିଥାଏ ।

  • ତରଭୂଜରେ ଲାଇକୋପିନ ରହିଛି, ଯାହା କ୍ୟାନସର ରୋକିପାରେ ।
  • ତରଭୂଜରେ ଲାଇକୋପିଲର ମାତ୍ରା ଖୁବ ଅଧିକ ଥିବାରୁ ତ୍ୱଚାକୁ ଉଜ୍ୱଳ କରିଥାଏ ।
  • ଏହା ହୃଦୟ ରୋଗୀଙ୍କ ପାଇଁ ଖୁବ ଲାଭପ୍ରଦ । କୋଲେଷ୍ଟ୍ରଲ ଲେବଲକୁ ନିୟନ୍ତ୍ରଣ କରିବା ସହିତ ଓଜନ ମଧ୍ୟ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
  • ତରଭୂଜରେ ଭିଟାମିନ ଏ ପ୍ରଚୁର ପରିମାଣରେ ରହିଛି । ଆଖି ରୋଗ ତଥା ଶରୀରର ଇମ୍ୟୁନ ସିଷ୍ଟମକୁ ଭଲ ରଖିଥାଏ ।
  • ତରଭୂଜ ଶରୀରର ଜଳୀୟ ଅଂଶ ଦୂର କରିବା ସହ ଗ୍ୟାସ ସମସ୍ୟା ଦୂର କରିଥାଏ ।
  • ଶରୀରରୁ ହେମୋଗ୍ଲୋବିନ ମାତ୍ରା କମିଲେ ତରଭୂଜ ଜୁସ ପିଇବା ସ୍ୱାସ୍ଥ୍ୟ ପାଇଁ ହିତକର ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More