Only for Entertainment

ରୋଗବ୍ୟାଧିରୁ ମୁକ୍ତି ପାଇବାକୁ ଚାହୁଁଥିଲେ ପ୍ରତିଦିନ ସକାଳେ ଖାଆନ୍ତୁ ଏହି ଫଳ ।

youtube
0 47

ମନ ଏବଂ ସ୍ୱାସ୍ଥ୍ୟ ପରସ୍ପରର ପରିପୂରକ । ଦୁଇଟିର ଆବଶ୍ୟକତା ଯଥେଷ୍ଟ ପରିମାଣରେ ରହିଛି । ମନ ଭଲ ରହିଲେ ଶରୀର ସୁସ୍ଥ ରହିଥାଏ ଏବଂ ସ୍ୱାସ୍ଥ୍ୟ ଭଲ ରହିଲେ ମନ ଭଲ ରହିଥାଏ । କିନ୍ତୁ ଏସବୁ ପାଇଁ ଖାଦ୍ୟର ଆବଶ୍ୟକ ଏବଂ ଏକ ପ୍ରମୁଖ ଭୂବିକା ରହିଛି । ଏହା ସମସ୍ତେ ଜାଣନ୍ତି । ତେଣୁ ଏକ ସୁସ୍ଥ ଜୀବନ ପାଇଁ ସମସ୍ତେ ଧ୍ୟାନ ଦେବା ଉଚିତ । କିନ୍ତୁ ଉଚିତ ଚୟନର ଆବଶ୍ୟକତା ରହିଛି । ତେବେ ଏଭଳି ଏକ ଫଳ ରହିଛି ଯାହାକୁ ପ୍ରତିଦିନ ସକାଳେ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ଆସନ୍ତୁ ସେହି ବିଷୟରେ ଆଲୋଚନା କରିବା ।

ସେଓରେ ଭରପୂର ମାତ୍ରାରେ ଫାଇବର ରହିଛି । ଏହା ଦ୍ୱାରା କେତେକ ରୋଗ ଦୂର ହୋଇଥାଏ । ଅର୍ଥାତ ପେଟ ସମ୍ବଦ୍ଧୀୟ କେତେକ ସମସ୍ୟା ଦୂର ହୋଇଥାଏ । ତେଣୁ ପ୍ରତିଦିନ ସକାଳେ ଖାଲି ପେଟରେ ସେଓ ଖାଇବା ଉଚିତ ।
ସେଓ ଖାଇବା ଦ୍ୱାରା ଶରୀରର ସନ୍ତୁଳନ ସ୍ତର ଠିକ ରହିଥାଏ । ଏହା ସୁଗାରକୁ ରକ୍ତ କଣିକାରେ ଧୀରେ ଧୀରେ ପ୍ରବେଶ କରାଇଥାଏ । ଏହା ବ୍ୟତୀତ ଯଦି ଖାଦ୍ୟରେ କିଛି ବିଷାକ୍ତ ଖାଦ୍ୟ ଶରୀର ମଧ୍ୟକୁ ଚାଲିଯାଇଥାଏ ତେବେ ଏହା ବାହାର କରିବାରେ ସାହାଯ୍ୟ କରିଥାଏ ।

ଏକ ଗବେଷଣାରୁ ଜଣାଯାଇଛିଯେ ଯେଉଁମାନେ ସପ୍ତାହକୁ ଅତି କମରେ ୫ଟି ସେଓ ଖାଆନ୍ତି ସେମାନଙ୍କୁ ଶ୍ୱାସଗତ ସମସ୍ୟା ହୋଇନଥାଏ । ଏହା ବ୍ୟତୀତ କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣ ହୋଇଥାଏ ।
ସେଓ ଖାଇବା ଦ୍ୱାରା ଷ୍ଟୋନ ମଧ୍ୟ ହୋଥନଥାଏ । ଏହା ବ୍ୟତୀତ ତ୍ୱଚା ସମ୍ବଦ୍ଧୀୟ ସମସ୍ୟା ଦୂର ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More