Only for Entertainment

ବାଉଁଶ ଏବଂ ବଂଶୀର ଉପକାରୀ ଗୁଣ, ଯାହା କେବେ ମଧ୍ୟ ଶୁଣି ନଥିବେ

png all
0 75

ବଂଶୀ ବାଉଁଶରୁ ତିଆରି ହୋଇଥାଏ । କୁହାଯାଏ ଯେଉଁ ଲୋକମାନେ ନିଜ ଚାକିରିକୁ ନେଇ ଚିନ୍ତାରେ ରହିଥାନ୍ତି ଏବଂ କଠିନ ପରିଶ୍ରମ କରିବା ପରେ ମଧ୍ୟ ସଫଳତା ହାସଲ ହୋଇ ନଥାଏ ସେମାନଙ୍କ ପାଇଁ ଏହା ଖୁବ ଲାଭଦାୟକ ହୋଇଥାଏ । କାରଣ ବାଉଁଶକୁ ଉନ୍ନତି ଏବଂ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ । ବିବାହ କିମ୍ବା କୌଣସି ଶୁଭ କାର୍ଯ୍ୟରେ ଏହାର ବ୍ୟବହାର ଶୁଭ ହୋଇଥାଏ । ବାଲ୍ୟ ସମୟରୁ ସବୁବେଳେ ଭଗବାନ କୃଷ୍ଣ ତାଙ୍କ ପାଖରେ ବଂଶୀ ରଖନ୍ତି । କାରଣ ଖରାପ ଶକ୍ତିର ପ୍ରଭାବ ତାଙ୍କ ପିଛା ଛାଡ଼ୁନଥିଲା । ଯାହା ତାଙ୍କୁ ଖୁବ ସାହାର୍ଯ୍ୟ କରୁଥିଲା ।

ବାସ୍ତୁ ଏବଂ ଫେଙ୍ଗସୁଇ ଅନୁସାରେ ଯଦି ଘରେ କୌଣସି ପ୍ରକାର ବାସ୍ତୁ ଦୋଷ ରହିଛି ତେବେ ଘରର ମୁଖ୍ୟ ଦ୍ୱାରରେ ବାଉଁଶର ଦୁଇଟି ବଂଶୀ ଝୁଲାଇବା ଉଚିତ । ଏହା ହଲିବା ଦ୍ୱାରା ଶକ୍ତି ଉତ୍ପନ୍ନ ହୋଇଥାଏ ଏବଂ ନକରାତ୍ମକ ଶକ୍ତିର ସମାପ୍ତି ଘଟିଥାଏ ।

ଘର ଉପରେ ବିମର ଉପସ୍ଥିତି ବାସ୍ତୁ ଅନୁସାରେ ଅଶୁଭ ହୋଇଥାଏ । ଏହା ଦ୍ୱାରା ମାନସିକ ଅବସ୍ଥା ଠିକ ରହି ନଥାଏ ଏବଂ ଦାମ୍ପତ୍ୟ ଜୀବନରେ ଅଶାନ୍ତି ସୃଷ୍ଟି ହୋଇଥାଏ । ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଦୁଇଟି ବଂଶୀ ନେଇ ଲାଲ ଫିତାରେ ଦୁଇ ପାଶ୍ୱର୍ରେ ବାନ୍ଧି ଦେବା ଉଚିତ । ଏହା ଧ୍ୟାନ ଦେବା ଉଚିତ ଯେ ବଂଶୀର ମୁହଁ ବେଡ ପାଶ୍ୱର୍କୁ ରହିବା ଉଚତ ।

ବଂଶୀ କିମ୍ବା ବାଉଁଶ ଗଛକୁ ଡାଇନିଂ ରୁମରେ ଲଗାଇବା ଦ୍ୱାରା ସମୃଦ୍ଧି ମିଳିଥାଏ । ବାଉଁଶର ଏହି ଦିବ୍ୟ ଗୁଣ ହେତୁ ଏହାକୁ ଜାଳିବା ଶୁଭ ହୋଇ ନଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More