Only for Entertainment

ବିଭିନ୍ନ ରୋଗରୁ ମୁକ୍ତି ଦେଇଥାଏ ତେନ୍ତୁଳି

sharyat.com
0 49

• ପରିଶ୍ରା ଜନିତ ସମସ୍ୟା ପାଇଁ ମଧ୍ୟ ଗଜା ବୁଟ ସେବନ କରିବା ଲାଭଦାୟକ ହୋଇଥାଏ । ଗୁଡ ସହ କିଛି ଗଜା ବୁଟ ମିଶାଇ ତାକୁ ଖାଇବା ଦ୍ୱାରା ବାରମ୍ବାର ବାରମ୍ବାର ପରିଶ୍ରା ଲାଗୁଥିବା ସମସ୍ୟା ଦୂର ହେବା ସହ ପାଇଲ୍ସ ଭଳି ସମସ୍ୟାରୁ ମଧ୍ୟ ଉପଶମ ମିଳିଥାଏ ।

• ଡାଇବେଟିସର ଶିକାର ହୋଇଥିବା ବ୍ୟକ୍ତି ମଧ୍ୟ ଏହାକୁ ବ୍ୟବହାର କରିପାରିବେ । ଏହା ଶରୀରରେ ଗ୍ଲୁକୋଜର ମାତ୍ରା ନିୟନ୍ତ୍ରଣ କରିଥାଏ ।

• ନିୟମିତ ଭାବରେ ଗଜା ବୁଟ ଖାଇବା ଦ୍ୱାରା ତ୍ୱଚା ଉଜ୍ଜଳ ଦେଖାଯିବା ସହ ସବୁବେଳେ ସତେଜ ଦେଖାଯାଇଥାଏ ।
ସ୍ୱାଦ ଅନୁସାରେ ଖଟା ଓ ମିଠା ଲାଗୁଥିବା ତେନ୍ତୁଳି ଆପଣଙ୍କ ଶରୀରର ପାଇଁ ବହୁତ ସୁଫଳ ମଧ୍ୟ ଆଣିପାରେ ଏକଥା ଆପଣ ଜାଣନ୍ତି କି? କେବଳ ସ୍ୱାଦ ବଢାଇବା ତେନ୍ତୁଳି ବ୍ୟବହାର କରାଯାଏନି । ତେନ୍ତୁଳି ଅନେକ ଔଷଧୀୟ ଗୁଣରେ ମଧ୍ୟ ଭରପୁର ଥାଏ, ଯାହା ବିଷୟରେ ଆପଣ ଅଜଣା ଥିବେ । ତେନ୍ତୁଳିରେ ଭରପୁର ପରିମାଣରେ ଭିଟାମିନ ସି, ବି ଓ ଇ ଥାଏ । ଏହା ବ୍ୟତୀତ ତେନ୍ତୁଳି ଆଇରନ, ଫାଇବର, କ୍ୟାଲସିୟମ ଓ ପଟାସିୟମ ପରି ପୋଷକ ତତ୍ତ୍ୱରେ ଭରପୁର ଥାଏ ।

• କେବଳ ଏତିକି ନୁହଁ ଯେଉଁମାନେ ନିଜର ଓଜନ କମ କରିବା ପାଇଁ ଚାହୁଛନ୍ତି ତାଙ୍କ ପାଇଁ ତେନ୍ତୁଳି ବହୁତ ସୁଫଳ ପ୍ରଦାନ କରିଥାଏ । ତେନ୍ତୁଳିରେ ମହଜୁଦ ଗୁଣ ମେଦକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ତେନ୍ତୁଳି ଖାଇବା ଜରୁରୀ ।

• ଯଦି ଶରୀରରେ ଯାଦୁ ସମସ୍ୟା ହୋଇଥାଏ ଏବଂ ବହୁଦିନ ଧରି ଠିକ ନହୁଏ ତେବେ ଆପଣ ତେନ୍ତୁଳି ମଞ୍ଜିକୁ ଲେମ୍ବୁ ରସରେ ଘସି ତାକୁ ଯାଦୁ ହୋଇଥିବା ସ୍ଥାନରେ ଲଗାନ୍ତୁ । ଏପରି କରିବା ଦ୍ୱାରା ବହୁତ ଯଲଦି ଯାଦୁ ଠିକ ହୋଇଯିବ ।

• ପାଗଳପଣଳୁ ଦୂର କରିବା ପାଇଁ ତେନ୍ତୁଳି ବହୁତ ହିତକର ସାବ୍ୟସ୍ତ ହୋଇଥାଏ । ୨୦ ଗ୍ରାମ ତେନ୍ତୁଳିକୁ ପାଣି ସହ ମିଶାଇ ଛାଣି ଦିଅନ୍ତୁ । ଏହି ପାଣିକୁ ରୋଗୀକୁ ପିଆନ୍ତୁ ଏବଂ ପାଗଳପଣ ଦୂର କରନ୍ତୁ ।

• ଆଣ୍ଠୁଗଣ୍ଠିରେ ବ୍ୟଥା ଅନୁଭବ କରୁଥିଲେ ତେନ୍ତୁଳି ପତ୍ରକୁ ଗୁଣ୍ଡ କରି ପାଣିରେ ମିଶାଇ ବ୍ୟଥା ହେବା ସ୍ଥାନରେ ଲେପ ଲଗାନ୍ତୁ । ଏପରି କରିବା ଦ୍ୱାରା ରୋଗୀକୁ ଆରାମ ମିଳିବ ।

• ତେନ୍ତୁଳି ବ୍ଲଡସୁଗାର ବଢିବାରୁ ରକ୍ଷା କରିଥାଏ । ନିୟମିତ ଅଳ୍ପ କିଛିି ତେନ୍ତୁଳି ସେବନ ଦ୍ୱାରା ଡାଇବେଟିସ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More