Only for Entertainment

ଶ୍ୱାସ ରୋଗ ଏବଂ ମଧୁମେହରୁ ମୁକ୍ତି ଦିଏ ପଣସ । ଜାଣନ୍ତୁ କିପରି!

world atlas
0 54

ପଣସକୁ ରୋଷେଇରେ ବ୍ୟବହାର କରାଯାଏ ଏବଂ ଫଳ ଭାବରେ ମଧ୍ୟ ବ୍ୟବହାର କରାଯାଏ । ଏଥିରେ ଭିଟାମିନ ଏ, ଥାଇମିନ,ପୋଟାସିୟମ,କ୍ୟାଲସିୟମ,ଆଇରନ,ଫଲିକ ଏସିଡ ଓ ମ୍ୟାଗ୍ନେସିୟମ ଆଦି ପ୍ରଚୁର ମାତ୍ରାରେ ଭରି ରହିଥାଏ । ଏଥିରେ କେତେକ ରୋଗ ସହିତ ଲଢିବାର କ୍ଷମତା ମଧ୍ୟ ରହିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ । ଏହାର ଫାଇଦା ବିଷୟରେ ଜାଣିଲେ ଆପଣ ନିଶ୍ଚୟ ଏହାକୁ ଖାଦ୍ୟରେ ସାମିଲ କରିବେ ।

ଅଧିକାଂଶ ଲୋକ ସୁଗାର ବଢିବାକୁ ନେଇ ଚିନ୍ତିତ । ତେବେ ପଣସକୁ ନିୟମିତ ଭାବରେ ଖାଇବା ଦ୍ୱାରା ସୁଗାର ସ୍ତରକୁ ନିୟନ୍ତ୍ରଣ କରାଯାଇ ପାରିବ ।

ଯେଉଁମାନେ କେଶ ସମସ୍ୟାରେ ପିଡ଼ିତ ସେମାନେ ପଣସର ବ୍ୟବହାର କରିବା ଉଚିତ । ପଣସର ମଂଜିକୁ ବାଟି କେଶ ମୂଳରେ ଲଗାଇବା ଦ୍ୱାରା କେଶ ଗାଢ କଳା ହେବା ସହିତ ଲମ୍ବା ମଧ୍ୟ ହୋଇଥାଏ ।

ପଣସ ପାଚନ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ ଏବଂ ପାଚନ ତନ୍ତ୍ରକୁ ପରିଷ୍କାର ମଧ୍ୟ ରଖିଥାଏ । ଏହାକୁ ଖାଇବା ଦ୍ୱାରା କୋଷ୍ଠ କାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ ଏବଂ କୋଲନ କର୍କଟ ସମସ୍ୟା ମଧ୍ୟ କମ ହୋଇଥାଏ ।

ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ହୃଦରୋଗ ସମସ୍ୟା ମଧ୍ୟ କମ ହୋଇଥାଏ । ଏଥିରେ ଥିବା ପୋଟାସିୟମ ମାଂସପେଶୀକୁ ମଜବୁତ କରିଥାଏ ।

ପଣସରେ କ୍ୟାଲୋରୀ ପରିମାଣ ଖୁବ କମ । ତେଣୁ ମୋଟା ବ୍ୟକ୍ତି ମାନେ ଏହାକୁ ଦ୍ୱାରା ଓଜନ ହ୍ରାସ ହୋଇଥାଏ ।
ଏଥିରେ ଥିବା ଭିଟାମିନ ଏ ଆଖି ପାଇଁ ଖୁବ ଲାଭଦାୟକ । ଏହା ଅନ୍ଧାରକଣା ଓ ମୋତିଆବିନ୍ଦୁକୁ ଭଲ କରିଥାଏ । ଏହା ସହିତ ଆଖିର ଝିଲ୍ଳି ମଧ୍ୟ ମଜବୁତ ହୋଇଥାଏ । ଏହା ବ୍ୟତୀତ ଆଖିକୁ ବ୍ୟାକ୍ଟେରିଆ ଓ ଭାଇରାଲ ଇନଫେକସନରୁ ମୁକ୍ତି ଦେଇଥାଏ ।

ଏହା ଶ୍ୱାସ ରୋଗୀ ମାନଙ୍କ ପାଇଁ ଖୁବ ଲାଭଦାୟକ । ଏହାର ମୂଳକୁ ଫୁଟାଇ ଏହାକୁ ଖାଇବା ଦ୍ୱାରା ଶ୍ୱାସ ମସସ୍ୟାରୁ ମୁକ୍ତି ମିଳିଥାଏ ।

ଥାଇରଏଡରେ ପିଡ଼ିତ ବ୍ୟକ୍ତିମାନେ ଏହାକୁ ଖାଇବା ଦ୍ୱାରା ତାହା ନିୟନ୍ତ୍ରିତ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More