Only for Entertainment

କେବଳ ଓଜନ ହ୍ରାସ ନୁହେଁ ବରଂ ଏହି ସମସ୍ୟାରୁ ମୁକ୍ତି ଦିଏ ଲେମ୍ବୁ ପାଣି ।

24

ଲେମ୍ବୁ ପାଣଇ ପିଇବାର ବିଭିନ୍ନ ଉପାୟ ରହିଛି । ଥଣ୍ଡା ପାଣିରେ ପିଇବେ ନା ଗରମ ପାଣି ଉଭୟର ଭିନ୍ନଜ ଭିନ୍ନ ଉପକାରୀତା ରହିଥାଏ । ବିଶେଷ କରି ଅଧିକାଂଶ ଓଜନ ହ୍ରାସ ପାଇଁ ଗରମ ପାଣିରେ ଲେମ୍ବୁ ଚିପୁଡ଼ି ପିଅନ୍ତି । କିନ୍ତୁ କେବଳ ଲେମ୍ବୁ ପାଣି ପିଇଲେ ମଧ୍ୟ ବିଭିନ୍ନ ଲାଭ ମିଳିଥାଏ ।

 

ଲେମ୍ବୁପାଣିରେ ପୋଟାସିୟମ୍‌, ଫୋଲେଟ୍‌, ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ୍‌ ସି ଆଦି ତତ୍ତ୍ୱ ରହିଥାଏ। ଏହାକୁ ନିୟମିତ ପିଇଲେ ପାଚନ କ୍ରିୟା ସନ୍ତୁଳିତ ହେବା ସହିତ ସୃତିଶକ୍ତି ପ୍ରଖର ହୋଇଥାଏ। ଏହା ରକ୍ତ ସଞ୍ଚାଳନ ବୃଦ୍ଧି କରେ। ଫଳରେ ହାର୍ଟ ଆଟାକ୍‌, ମେଦବହୁଳତା,ରକ୍ତଚାପ ଓ ଡାଇବେଟିସ୍‌ରୁ ମିଳିଥାଏ ମୁକ୍ତି। କାନାଡ଼ା ଓ୍ବାଟରଲୁ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଏହା ଇନସୁଲିନ୍‌କୁ କ୍ରିୟାଶୀଳ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। କର୍କଟ ରୋଗ ନିରାକରଣରେ ଏହା ମହୋଷଧୀ ସଦୃଶ କାର୍ଯ୍ୟ କରେ। ଏଥିରେ ଥିବା ଆଣ୍ଟି ଏଜିଂ ତତ୍ତ୍ୱ ବୟସ ବୃଦ୍ଧିକୁ ରୋକି ତ୍ୱଚାରେ ଆଣିଥାଏ ଚମକ। ଲେମ୍ବୁପାଣିରେ ଥିବା କ୍ୟାଲସିୟମ୍‌ ଅକ୍ସାଲେଟ୍‌ କିଡ୍‌ନୀ ଷ୍ଟୋନ ସମସ୍ୟା ଦୂର କରିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More