କମଳା ଚୋପାର ଏହି ଉପକାରୀ ଗୁଣ ବିଷୟରେ ଆପଣ ମଧ୍ୟ ଜାଣି ରଖନ୍ତୁ ।
କମଳା ଚୋପାରେ ଭିଟାମିନ୍ ସି ଭରପୁର ମାତ୍ରାରେ ଥାଏ । କମଳାକୁ ବ୍ୟବହାର କରିବା ଦ୍ୱାରା ଚର୍ମ ସମସ୍ୟା ଦୂର ହେବା ସହ ତ୍ୱଚାରେ ଚମକ ଆସିଥାଏ ।
କମଳା ଚୋପାରେ ଦୁଇ ଚାମଚ ମହୁ ପକାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ମୁହଁ ଏବଂ ବେକରେ ଲଗାନ୍ତୁ । ଏହା ଶୁଖିଗଲା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ । ଗ୍ଲୋଇଙ୍ଗ ତ୍ୱଚା ପାଇଁ ଏହି ଫେସ୍ ପ୍ୟାକ୍ ସବୁଠାରୁ ଭଲ ଅଟେ ।
ତେଲିଆ ତ୍ୱଚା କେବଳ ଦେଖିବାକୁ ଖରାପ ଲାଗିନଥାଏ ବରଂ ଏହାଦ୍ୱାରା ଅନେକ ଚର୍ମ ସମସ୍ୟା ଦେଖାଦେଇଥାଏ । ଏହାକୁ ସମସ୍ୟାକୁ ଦୂର କରିବାର ସବୁଠାରୁ ଭଲ ଉପାୟ ହେଉଛି କମଳା । ଏଥିରେ ଥିବା ଏସ୍ର୍ଟିଂଜେଂଟ ତତ୍ୱ ତ୍ୱଚାରେ ଥିବା ଅତ୍ୟଧିକ ତେଲିଆ ପଣକୁ ନିୟନ୍ତ୍ରଣ କରିଥାଏ ।
ଗୋଟେ ଛୋଟ ଚାମଚ କମଳା ଚୋପା ଗୁଣ୍ଡରେ ଏକ ଛୋଟ ଚାମଚ ଲିମ୍ବ ପାଉଡର ଏବଂ ଗୋଲାପ ଜଳ ମିଶାଇ ଏକ ପେଷ୍ଟ ବନାନ୍ତୁ । ଏହାକୁ ତ୍ୱଚାରେ ଲଗାନ୍ତୁ ଏବଂ ଶୁଖିବା ପରେ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ ।
ଗୋଟେ ବଡ ଚାମଚ କମଳା ଚୋପା ଗୁଣ୍ଡରେ ଦୁଇ ଚାମଚ ଦହି ଏବଂ ଟମାଟ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କଲା ପରେ ଏହାକୁ ପୂରା ତ୍ୱଚାରେ ଲଗାନ୍ତୁ । ୧୦ ରୁ ୧୨ ମିନିଟ୍ ପରେ ଥଣ୍ଡା ପାଣିରେ ତ୍ୱଚା ଧୋଇ ଦିଅନ୍ତୁ । ସପ୍ତାହରେ ଏଭଳି ଦୁଇ ରୁ ତିନି ଥର କରିବା ଦ୍ୱାରା ଟ୍ୟାନିଙ୍ଗ ସମସ୍ୟା ଦୂର ହୋଇଥାଏ ।