Only for Entertainment

କେବଳ ସୁନ୍ଦର ନୁହେଁ ବରଂ ସ୍ୱାସ୍ଥ୍ୟର ଯତ୍ନ ନେଇଥାଏ ଗୋଲାପ ଫୁଲ ।

ognature.com
0 77

ସୁନ୍ଦର ଦେଖାଯିବା ପାଇଁ ଆପଣ କ’ଣ ନକରନ୍ତି । ପ୍ରତିଦିନ କିଛି ନା କିଛି କେମିକଲ ଯୁକ୍ତ ବିୟୁଟି ପ୍ରଡକ୍ଟ ହେଉ କିମ୍ବା ଘରୋଇ ସାମଗ୍ରୀକୁ ବ୍ୟବହାର କରିଥାନ୍ତି । ନିଜର ତ୍ୱଚା ପାଇଁ ତ ଆପଣ ବହୁତ କିଛି ଉପାୟ ପାଂଚୁଛନ୍ତି,କିନ୍ତୁ ଥରେ ଗୋଲାପ ଫୁଲକୁ ମଧ୍ୟ ବ୍ୟବହାର କରି ଦେଖନ୍ତୁ । କାରଣ ଗୋଲାପ ଫୁଲର ପାଖୁଡ଼ା ମଧ୍ୟ ତ୍ୱଚାର ଯତ୍ନ ନେବାର ଏକ କାରକ ।

  • ଗୋଲାପ କେବଳ ବାସ୍ନା ପାଇଁ ବ୍ୟବହାର କରାଯାଏ ତାହା ନୁହେଁ ବରଂ ଖାଦ୍ୟରେ ମଧ୍ୟ ଏହାର ଜଳକୁ ବ୍ୟବହାର କରାଯାଏ । ଏଥିରେ ୯୫ ପ୍ରତିଶତ ଜଳ ରହିଥାଏ । ଏହାଯେ ଔଷଧୀୟ ଗୁଣରେ ମଧ୍ୟ ଭରପୁର । ଏହାର ପାଖୁଡ଼ାରେ କେତେକ ପ୍ରକାରର ରୋଗ ମଧ୍ୟ ଭଲ ହୋଇଥାଏ । ଏହା ସହିତ ଏହାର ପାଖୁଡ଼ାକୁ ଖାଇବା ଦ୍ୱାରା ତ୍ୱଚାରେ ଚମକ ମଧ୍ୟ ଆସିଥାଏ ।
  • ଜଳ କିମ୍ବା ମେଥି ସହିତ ଗୋଲାପର ପାଖୁଡ଼ାକୁ ମିଶାଇ ଖାଇବା ଦ୍ୱାରା ଶରୀରର ଅତିରିକ୍ତ ଓଜନ କମ ହୋଇଥାଏ । ଏହା ସହିତ ମେଟାବୋଲିଜିମ ବଢିବାରେ ମଧ୍ୟ ସହାୟକ ହୋଇଥାଏ ।
  • ଗୋଲାପ ଫୁଲକୁ ଶୁଖାଇ ଜଳ ଓ ମୁଲତାନି ମାଟି ସହିତ ମିଶାଇ ତ୍ୱଚାରେ ଲଗାଇବା ଦ୍ୱାରା ତ୍ୱଚାର ଚମକ ବଢିଥାଏ । ଏହାକୁ ବାରମ୍ବାର ବ୍ୟବହାର କରିବା ଦ୍ୱାରା ମୁହଁରୁ କଳାଦାଗ କମ ହୋଇଯାଏ । ତ୍ୱଚା ସୁସ୍ଥ ମଧ୍ୟ ରହିଥାଏ ।
  • ଶାରୀରିକ ଏବଂ ମାନସିକ କ୍ଲାନ୍ତିକୁ ଦୂର କରିବାରେ ଏହା ଖୁବ ସାହାର୍ଯ୍ୟ କରିଥାଏ । ଶରୀରକୁ ଆରାମ ମିଳିଥାଏ । ଜଳକୁ ସାମାନ୍ୟ ଗରମ କରି ସେଥିରେ ଗୋଲାପର ପାଖୁଡ଼ା ପକାଇ ଗାଧୋଇବା ଦ୍ୱାରା ଚିନ୍ତା ଦୂର ହୋଇଥାଏ ଏବଂ ଶରୀରକୁ ଶାନ୍ତି ମିଳିଥାଏ ।
  • ଯଦି ରାତିରେ ଠିକ ଭାବେର ନିଦ ହେଉନାହିଁ ଏବଂ ଆପଣ ଚିନ୍ତାରେ ରହିଥାନ୍ତି ତେବେ ଗୋଲାପ ପାଖୁଡ଼ାକୁ ପାଖରେ ରଖି ଶୁଅନ୍ତୁ । ଏହା ଦ୍ୱାରା ଅନିଦ୍ରା ସମସ୍ୟା ଦୂର ହୋଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More