Only for Entertainment

ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ ଗଜାମୁଗ ।

52

ଗଜାମୁଗ ଶରୀର ପାଇଁ ଖୁବ ଉପକାରୀ ଏହା ସମସ୍ତେ ଜାଣନ୍ତି । ତେଣୁ ପ୍ରତିଦିନ ଏହାକୁ ଖାଦ୍ୟରେ ସାମିଲ କରିବା ପାଇଁ ଡାକ୍ତର ମଧ୍ୟ ପରାମର୍ଶ କରନ୍ତି । କିନ୍ତୁ ଗଜାମୁଗ କାହିଁକି ଖାଦ୍ୟରେ ସାମିଲ କରିବା ଉଚିତ ଆସନ୍ତୁ ଆଲୋଚନା କରିବା ।

ଗଜାମୁଗରେ ପ୍ରୋଟିନ୍‌, ମିନେରାଲ ଓ ଭିଟାମିନ୍‌ ଭରପୂର ହୋଇ ରହିଥାଏ। ସକାଳୁ ଏହାକୁ ଖାଇଲେ ଗଜାମୁଗ ଖାଇଲେ ଅନେକ ଲାଭଦାୟକ ହୋଇଥାଏ ।

ସକାଳୁ ଗଜାମୁଗ ଖାଇବା ଦ୍ୱାରା ପାଚନ କ୍ରିୟା ସୁସ୍ଥ ହୋଇଥାଏ । ଖାଦ୍ୟ ହଜମ କରାଇବାରେ ମଧ୍ୟ ସହାୟକ ହୋଇଥାଏ । ଲିଭର ସମସ୍ୟା ଓ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ ।

ଏଥିରେ ଭିଟାମିନ ଏ, ବି, ସି,ଏବଂ ଇ ଅଧିକ ପରିମାଣରେ ରହିଥାଏ ଏବଂ ମ୍ୟାଗ୍ନେସିୟମ,କପର,ଫାଇବର,ପୋଟାସିୟମ,ଆଇରନ ରହିଛି। ରକ୍ତ ଚାପ ଜନିତ ରୋଗରେ ଆକ୍ରାନ୍ତ ଥିବା ଲୋକେ ଗଜାମୁଗ ନିୟମିତ ଭାବରେ ଖାଇବା ଆବଶ୍ୟକ । ଏଥିରେ ସୋଡ଼ିୟମ ନଥିବାରୁ ଗଜାମୁଗ ଖାଇଲେ କୋଲେଷ୍ଟ୍ରଲର ସ୍ତର ଓ ରକ୍ତ ଚାପ ନିୟନ୍ତ୍ରଣ ହୋଇଥାଏ ।

ଗଜାମୁଗ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଦୂର ହୁଏ । ଏଥିରେ ଫାଇବରର ପରିମାଣ ରହିଥିବାରୁ ଏହା ହଜମକ୍ରିୟାକୁ ତ୍ୱରାନ୍ୱିତ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More