Only for Entertainment

ଉପକାରୀ ରାଶି ତେଲ ।

IndiaMART
0 69

ରାଶିତେଲ ଶରୀର ଲାଗି ଅମୃତ ତୁଲ୍ୟ ସାବ୍ୟସ୍ତ ହୋଇଥାଏ। ଏହା ବହୁ ରୋଗରୁ ଦୂରେଇ ରଖିବାରେ ହୋଇଥାଏ ସହାୟକ। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ରାଶିତେଲରେ ରୋଗ ପ୍ରତିରୋଧକ ଶକ୍ତି ଓ ଭିଟାମିନ୍‌ ପ୍ରଚୁର ମାତ୍ରାରେ ଅଛି। ରାଶି ତେଲରେ ସୋଡ଼ିୟମ୍‌ର ପରିମାଣ ଅଧିକ ଥିବାରୁ ଏହା ଉଚ୍ଚ ରକ୍ତଚାପ ହ୍ରାସ କରିବାରେ ସହାୟକ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ରହିଛି। ଏହା ଏଜିଂ ସମସ୍ୟାାକୁ ଦୂର କରେ। ରାଶି ତେଲ ରକ୍ତ ଶର୍କରାସ୍ତରକୁ ନିୟନ୍ତ୍ରିତ କରିିଥାଏ। ଫଳରେ ଡାଇବେଟିସ୍‌ ହେବାର ଆଶଙ୍କା ହୋଇଥାଏ କମ୍‌ । ରାଶିତେଲକୁ ଆଘ୍ରାଣ କଲେ ଥଣ୍ଡା ମଧ୍ୟ ଦୂରେଇ ଯାଏ। ରାଶି ତେଲରେ ପ୍ରଚୁର ପରିମାଣରେ ଭିଟାମିନ୍‌ ଇ’ ଓ ବି’ ଥିବାରୁ ଏହା ତ୍ୱଚା ପାଇଁ ବେଶ୍‌ ଉପଯୋଗୀ। ଏହା ତ୍ୱଚାକୁ ଉଜ୍ଜ୍ୱଳ ରଖିବାରେ ସହାୟକ ହୁଏ। ପ୍ରତିଦିନ ଖାଦ୍ୟରେ ରାଶି ତେଲ ସାମିଲ କଲେମାନସିକ ଚାପ କମ୍‌ ହୋଇଥାଏ ବୋଲି ଗବେଷକ ସୂଚିତ କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More