Only for Entertainment

ମ୍ୟାଲେରିଆରୁ ରକ୍ଷା କରିବ ଟୁଥ ପେଷ୍ଟ

ethos orthodontics
0 42

ମ୍ୟାଲେରିଆରୁ ରକ୍ଷା ପାଇବା ପାଇଁ ଔଷଧ ଓ ଜଡ଼ିବୁଟି ଅଛି ଏହା ସମସ୍ତେ ଜାଣନ୍ତି । କିନ୍ତୁ ଟୁଥପେଷ୍ଟରେ ମଧ୍ୟ ମ୍ୟାଲେରିଆ ପ୍ରତିରକ୍ଷା ଗୁଣ ରହିଛି ଶୁଣିଲେ କଥାଟି ଅଜବ ଲାଗୁଛି । କିନ୍ତୁ ଏହା ସତ୍ୟ । ଲଣ୍ଡନରେ ହୋଇଥିବା ଏକ ପରୀକ୍ଷଣରୁ ଜଣାଗଲାଯେ ଟୁଥପେଷ୍ଟ,ସାବୁନ ଓ ଡିଟରଜେଂଟରେ ଏଭଳି କିଛି ତତ୍ତ୍ୱ ରହିଛି ଯାହା ମ୍ୟାଲେରିଆ କୀଟାଣୁ ସହିତ ଲଢିବା ପାଇଁ ସକ୍ଷମ ହୋଇଥାଏ । ରୋବର୍ଟ ବୈଜ୍ଞାନିକ ଇବଙ୍କ ଦ୍ୱାରା ହୋଇଥିବା ପରୀକ୍ଷଣ ଅନୁସାରେ ଟୁଥପେଷ୍ଟରୁ ମିଳୁଥିବା ଟ୍ରାଇକ୍ଲୋଜେନ ନାମକ ତତ୍ତ୍ୱ ମ୍ୟାଲେରିଆ ପରଜୀବୀ ବିଶେଷକରି ଡିଏଚଏଫଆର ନାମକ ଏକ ଏନଜାଇମ ସହିତ ଲଢି ତାହାର ବୃଦ୍ଧିକୁ ରୋକିଥାଏ ।

ସମସ୍ତ ତଥ୍ୟକୁ ଆଖି ସାମ୍ନାରେ ରଖି ବ୍ରାଜିଲ ସ୍ଥିତ ବିଶ୍ୱ ବିଦ୍ୟାଳୟ ସହାୟକ ପ୍ରଫେସର ଏବଂ ମୁଖ୍ୟ ଲେଖକ ଏଲିଜାବେଥ ଏକ ରିପୋର୍ଟ ଜରିଆରେ କହିଥିଲେଯେ ଇବଙ୍କ ପରୀକ୍ଷଣକୁ ନେଇ ଏକ ନୂଆ ଔଷଧ ତିଆରି କରିବାର ପ୍ରୟାସ କରିବେ । ସେ ଏହା ମଧ୍ୟ କହିଛନ୍ତିଯେ ଏହା ଏକ ସୁରକ୍ଷିତ ଯୌଗିକ ଏବଂ ମ୍ୟାଲେରିଆ ପରଜୀବୀର ଜୀବନଜକ୍ରର ଦୁଇ ବିନ୍ଦୁ ସହିତ ଲଢି ଏହାକୁ ରକ୍ଷା କରିବାର କ୍ଷମତାରୁ ଜଣାପଡ଼ୁଛି ମ୍ୟାଲେରିଆ ପରଜୀବୀ ପାଇଁ ଏହାର ରକ୍ଷା କରିବା କଠିନ ହୋଇଯିବ ।

ଟୁଥପେଷ୍ଟରେ ଟ୍ରାଇକ୍ଲୋଜନ ଥିବାରୁ ଏହା ଯକୃତରେ ବସିଥିବା ଅମ୍ଲକୁ ତିଆରି କରିବାରେ ସହାୟକ ଇଏନଆର ନାମକ ଏକ ଏନଜାଇମକୁ ନିଷ୍କ୍ରିୟ କରି ପ୍ଲେଗ ଜୀବାଣୁକୁ ରୋକିବାରେ ସାହାଯ୍ୟ କରିଥାଏ । ପରୀକ୍ଷକଙ୍କ କହିବା ଅନୁସାରେ ଟ୍ରାଇକ୍ଲୋଜେନ ଇଏନଆର ଏବଂ ଡିଏଚଆରକୁ ସିଧା ପ୍ରଭାବିତ କରିଥାଏ । ଏଥିପାଇଁ ରକ୍ତ ଏବଂ ଯକୃତ ଉପରେ ମଧ୍ୟ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି ।

ଆଫ୍ରିକା ଏବଂ ଦକ୍ଷିଣ ପୂର୍ବ ଏସିଆରେ ମ୍ୟାଲେରିଆ କାରଣରୁ ପ୍ରତିବର୍ଷ ୫ ଲକ୍ଷରୁ ଅଧିକ ମୃତ୍ୟୁ ହୋଇଥାଏ । ଏହି ରୋଗ ସହିତ ଲଢିବା ପାଇଁ ଯେତେବେଳେ ବିଭିନ୍ନ ପ୍ରକାର ଓଷଧ ରହିଛି ତ ମ୍ୟାଲେରିଆ ପରଜୀବୀରେ ମଧ୍ୟ ସେହି ଔଷଧ ସହିତ ଲଢିବା କ୍ଷମତା ଖୁବ ଜୋରରେ ବଢିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More