Only for Entertainment

ପ୍ରାକୃତିକ ଭାବରେ ଘରକୁ କେଉଁଭଳି ଥଣ୍ଡା ରଖିବେ । ଜାଣନ୍ତୁ କିଛି ସାଧାରଣ ଉପାୟ ।

youtube
0 49

ଗ୍ରୀଷ୍ମ ଋତୁରେ ଖରାକୁ ସହ୍ୟ କରିବା ସଂପୂର୍ଣ୍ଣ ଅସମ୍ଭବ । ଖରାର ପ୍ରଭାବଯେ କେବଳ ବାହାରେ ପଡ଼ିଥାଏ ତାହା ନୁହେଁ ବରଂ ସମୟେ ସମୟେ ଘରେ ଥାଇ ମଧ୍ୟ ତାହାକୁ ସହ୍ୟ କରିବା କଷ୍ଟକର ହୋଇଯାଇଥାଏ । ଆଜିକାଲି ପ୍ରାୟତଃ ସମସ୍ତେ ଏୟାର କୁଲର ବ୍ୟବହାର କରୁଛନ୍ତି,ଯାହା ଦ୍ୱାରା କ୍ଷତିକାରକ ଏୟାର ବାହାରୁଛି । ଏହାର ପ୍ରଭାବରେ ବାୟୁମଣ୍ଡଳରେ ଉତାପ ବଢୁଛି । ତେବେ ଏୟାରକୁଲର ବ୍ୟବହାର ପ୍ରଣାଳୀ ହେଉଛି ଏକ କୃତିମ ଉପାୟ । ଯାହା ଶରୀର ପାଇଁ ସଂପୂର୍ଣ୍ଣ କ୍ଷତିକାରକ । କିନ୍ତୁ ପ୍ରାକୃତିକ ଉପାୟରେ ମଧ୍ୟ ଘରକୁ ଥଣ୍ଡା ରଖାଯାଇ ପାରିବ । ଏହା ସହିତ କେତେକ ଗ୍ଲୋବାଲ ସୋସିଆଲ ଇସୁ କାରଣରୁ ତାପମାତ୍ରା ବଢୁଛି । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଆସନ୍ତୁ ଜାଣିବା କିଛି ସାଧାରଣ ପ୍ରଣାଳୀ ।

ଏଭଳି କିଛି ଗଛ ରହିଛି ଯାହା ଚତୁଃପାଶ୍ୱର୍କୁ ଥଣ୍ଡା ଓ ପରିଷ୍କାର ରଖିଥାଏ । ସେମାନଙ୍କ ମଧ୍ୟରୁ ଏଲୋଭେରା ଗୋଟିଏ । ଏହା କେବଳ ଔଷଧୀୟ ଗୁଣରେ ଭରପୁର ତାହା ନୁହେଁ ବରଂ ତାପମାତ୍ରା ମଧ୍ୟ ହ୍ରାସ କରିଥାଏ । ଘର ଚାରିପାଖରେ ଏହାକୁ ରୋପଣ କରିବା ଦ୍ୱାରା ଘରକୁ ଅଧିକ ଉତ୍ତାପରୁ ରକ୍ଷା ମିଳିଥାଏ ।

sabila-aloe-vera

ଏହା ବ୍ୟତୀତ ସ୍ନେକ ଟ୍ରି ମଧ୍ୟ ଲଗାଇ ପାରିବେ । ଏହାକୁ ଲଗାଇବା ଦ୍ୱାରା ଶ୍ୱାସଗତ ସମସ୍ୟା ଦୂର ହୋଇଥାଏ ଏବଂ ଘର ଥଣ୍ଡା ରହିଥାଏ ।

ଆରେକା ପାମ ଟ୍ରିଜ ମଧ୍ୟ ସେହିଭଳି ଏକ ଗଛ ଯାହା ଘରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ ।
ଅନ୍ୟ ଏକ ଗଛ ହେଉଛି ଫନ । ନାସାରୁ ମିଳିଥିବା ସୂଚନା ଅନୁସାରେ ଫନ ଏକ ଏୟାର ପ୍ୟୁରିଫାଇଙ୍ଗ ଗଛ । ଏହା ପରିବେଶକୁ ଥଣ୍ଡା ରଖିଥାଏ,କିନ୍ତୁ ଏହାକୁ ସାମାନ୍ୟ ଯତ୍ନ ନେବାକୁ ପଡ଼ିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More