Only for Entertainment

ଲାଭଦାୟକ ତରଭୁଜ

zee news
0 34

ତରଭୁଜଯେ ଜଳରେ ଭରପୁର ଏହା ସମସ୍ତେ ଜାଣନ୍ତି । କିନ୍ତୁ ଏହା ମଧ୍ୟରେ ଥିବା ମଂଜିର ଫାଇଦା ବିଷୟରେ ଖୁବ କମ ଲୋକ ଜାଣନ୍ତି । ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ ।

• ତରଭୁଜର ମଂଜିକୁ ମିଠା ତିଆରି କରିବାରେ ବ୍ୟବହାର କରାଯାଏ, ଯାହା ଦ୍ୱାରା ଏହାର ସ୍ୱାଦ ବଢିଥାଏ । କାରଣ ଏହା ଯେତିକି ସ୍ୱାଦିଷ୍ଟ ସେତିକି ହିତକାରୀ ମଧ୍ୟ ।
• ତରଭୁଜ ମଂଜିରେ ଓମେଗା ଥ୍ରି ଏସିଡ ଭରପୁର ମାତ୍ରାରେ ରହିଥାଏ । ଯାହା ହୃଦୟ ସହିତ ଜଡ଼ିତ ସମସ୍ୟାରୁ ମୁକ୍ତି ଦେଇଥାଏ ।
• ତରଭୁଜ ମଂଜିରେ ଅଧିକ ମାତ୍ରାରେ ଭିଟାମିନ ଏ ଓ ସି ରହିଥାଏ । ଏଥିରେ ଥିବା ଭିଟାମିନ ଏ ଆଖି ପାଇଁ ଲାଭଦାୟକ ହୋଇଥାଏ ।
• ଏହା ମଧ୍ୟରେ ଏଭଳି ଖଣିଜ ପଦାର୍ଥ ରହିଥାଏ ଯାହା ଆସିଡିଟି ଭଲ କରେ ଏବଂ ପାଚନ ପ୍ରକ୍ରିୟା ନିୟନ୍ତ୍ରଣ କରିଥାଏ ।
• ଟାଇପ-ଟୁ ମଧୁମେହରେ ତରଭୁଜ ଲାଭଦାୟକ ହୋଇଥାଏ । ନିୟମିତ ଭାବରେ ଖାଇବା ଦ୍ୱାରା ମଧୁମେହ ନିୟନ୍ତ୍ରଣ ହୋଇଥାଏ ଏବଂ ମଧୁମେହ ହୋଇନଥିବା ବ୍ୟକ୍ତିଙ୍କ ପାଇଁ ଏକ ପ୍ରତିରୋଧକ ଭାବରେ କାର୍ଯ୍ୟ କରିଥାଏ ।
• ଏଥିରେ ୩ରୁ ୬ ପ୍ରତିଶତ ପ୍ରୋଟିନ ରହିଥାଏ । ତେଣୁ ଏହାକୁ ଖାଇବା ଦ୍ୱାରା ପ୍ରୋଟିନର ଅନୁପସ୍ଥିତି ପୂରଣ ହୋଇଥାଏ । କାରଣ ମାଂସପେଶୀ ନିର୍ମାଣରେ ପ୍ରୋଟିନର ଆବଶ୍ୟକତା ରହିଛି ।
• ତରଭୁଜରେ ଖୁବ କମ ପରିମାଣର ସୋଡିୟମ ରହିଛି । ଏହା ଫ୍ୟାଟ ଏବଂ କୋଲେଷ୍ଟ୍ରଲ ଠାରୁ ମଧ୍ୟ ବହୁ ଦୂରରେ ।ଯାହା ଦ୍ୱାରା ଏହା ଓଜନ କମାଇବାରେ ସାହାର୍ଯ୍ୟ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More