Only for Entertainment

ସେଓର ଚୋପାକୁ ନ ଫିଙ୍ଗି ଏଭଳି ଖାଇଲେ ଲାଭ ମିଳିଥାଏ

times food
32

ସେଓ ଖାଇଲେ ବିଭିନ୍ନ ପ୍ରକାରର ଫାଇଦା ମିଳିଥାଏ, ଏହା କିଏ ବା ନ ଜାଣେ । କିନ୍ତୁ ଏହାର ଚୋପା ମଧ୍ୟ ଖୁବ ଉପକାରୀ ତାହା ହୁଏତ ଖୁବ କମ ଲୋକ ଜାଣିଥିବେ ।

 

ପ୍ରତିଦିନ ଫାଳେ ସେଓକୁ ଚୋପା ସହ ଚୋବାଇ ଖାଇଲେ ଅନେକ ଉପକାର ମିଳିଥାଏ। ସେଓରେ ଭିଟାମିନ୍‌ ଏ, ଭିଟାମିନ୍‌ ସି\’, ପୋଟାସିୟମ୍‌, ଫାଇବର ଓ କାର୍ବୋହାଇଡ୍ରେଟ୍‌ସ ଭରପୁର ମାତ୍ରାରେ ରହିଛି । ଗୋଟିଏ ସେଓରେ ପ୍ରାୟ ୯୫ କ୍ୟାଲୋରୀ ରହିଥାଏ । କେତେକ ଲୋକ କୀଟନାଶକ ଭୟରେ ସେଓକୁ ଚୋପା ଛଡାଇ ଖାଇଥାନ୍ତି। ମାତ୍ର ଏଭଳି ଖାଇଲେ ଚୋପାରେ ଥିବା ପୋଷକ ତତ୍ତ୍ୱ ଶରୀରକୁ ଯାଇ ନ ଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ସେଓ ଚୋପାରେ ପ୍ରାୟ ୪.୪ ଗ୍ରାମ ଫାଇବର ରହିଥାଏ । ଏହି ଫାଇବର କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବା ସହିତ ରକ୍ତ ଶର୍କରା ସ୍ତରକୁ ସ୍ବାଭାବିକ କରେ । ଏହା କୋଲେଷ୍ଟରଲ ସ୍ତର କମ୍‌ ରଖିବାରେ ସହାୟକ ହୁଏ । ସେଓ ଚୋପାରେ ଟ୍ରିଟରପେନଏଡ୍‌ ନାମକ ଏକ ତତ୍ତ୍ୱ ରହିଛି। ଏହା କ୍ୟାନସର କୋଷିକାକୁ ନଷ୍ଟ କରିଥାଏ । ପ୍ରତିଦିନ ସେଓ ଚୋପା ସହ ଖାଇଲେ ଫୁସଫୁସ ଓ ଲିଭର ସ୍ବାଭାବିକ ଭାବେ କାମ କରିଥାଏ ବୋଲି ଆୟୁର୍ବେଦରେ ସୂଚିତ ହୋଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More