କଂଚା ଲଙ୍କାରେ ରହିଛି ଅନେକ ଔଷଧିୟ ଗୁଣ, କ୍ୟାନସରର ସମ୍ଭାବନାକୁ କରିଥାଏ ହ୍ରାସ
ପ୍ରତିଘରେ କଞ୍ଚାଲଙ୍କାର ବ୍ୟବହାର ହୋଇଥାଏ। ଯେଉଁମାନଙ୍କୁ ରାଗ ପସନ୍ଦ ସେମାନେ ବିଶେଷ ଭାବେ କଞ୍ଚାଲଙ୍କାର ବ୍ୟବହାର କରିଥାଆନ୍ତି। କେହି କେହି ଏହା ସ୍ବାସ୍ଥ୍ୟ ପାଇଁ ହାନିକାରକ କହୁଥିବା ବେଳେ ଏହା କିନ୍ତୁ କ୍ୟାନସର ଭଳି ମାରାତ୍ମକ ରୋଗକୁ ଦୂରେଇବାରେ ସହାୟକ ହୋଇଥାଏ ବୋଲି ଖୁବ୍ କମ୍ ଲୋକ ଜାଣିଛନ୍ତି। କଞ୍ଚାଲଙ୍କାରେ ରହିଛି ଭିଟାମିନ-ଏ, ବି୬, ସି, ଆଇରନ୍, କପର, ପୋଟାସିୟମ, ପ୍ରୋଟିନ୍ ଓ କାର୍ବୋହାଇଡ୍ରେଡସ୍ ଯାହା ଆମ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।
- ନିୟମିତ କଞ୍ଚାଲଙ୍କା ଖାଇଲେ ଏହା ଆମ ଶରୀରରେ ଆଣ୍ଟି ଅକ୍ସିଡାଣ୍ଟର ମାତ୍ରାକୁ ସନ୍ତୁଳିତ କରି ରଖିଥାଏ।
କଞ୍ଚାଲଙ୍କା ଖାଇଲେ ହଜମ ଶକ୍ତି ଠିକ୍ ରହିଥାଏ। - ଏଥିରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ଥିବାରୁ ଏହା ଶରୀରରେ ଥିବା ଅନ୍ୟ ଭିଟାମିନକୁ ଅବଶୋଷଣ କରିବାରେ ସହାୟକ ହୋଇଥାଏ।
- କଞ୍ଚାଲଙ୍କାରେ ରହିଛି ଆଣ୍ଟି ଅକ୍ସିଡାଣ୍ଟ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏମିତିକି ଏହା କ୍ୟାନସର ଜୀବାଣୁ ସହ ଲଢିବାରେ ସହାୟକ ହୋଇଥାଏ।
- ନିୟମିତ କଞ୍ଚାଲଙ୍କା ଖାଇଲେ ଲଙ୍ଗସ୍ କ୍ୟାନସର ହେବାର ସମ୍ଭାବନା କମ୍ ହୋଇଥାଏ।
- ଏଥିରେ ଫାବରର ମାତ୍ରା ଅଧିକ ଥିବାରୁ ଏହା ଶରୀରରେ ଚର୍ବି କମାଇବାରେ ସାହାଯ୍ୟ କରିଥାଏ। ଏହାର ନିୟମିତ ସେବନରେ ଶରୀରର ଓଜନ କମ୍ ହୋଇଥାଏ।
- ନିୟମିତ ଭାବେ ଆମେ କଞ୍ଚାଲଙ୍କା ସେବନ କଲେ ଏହା ଖାଦ୍ୟକୁ ସ୍ବାଦିଷ୍ଟ କରିବା ସହ ଆମକୁ ରୋଗମୁକ୍ତ ରଖିବାରେ ମଧ୍ୟ ସହାୟକ ହେବ।