ଆଜିକାଲି କର୍କଟ ରୋଗ ଅଧିକାଂଶ ବ୍ୟକ୍ତିଙ୍କୁ ହେଉଛି । କେବଳ ବୟସ କାହିଁକି ଛୋଟ ପିଲାମାନେ ମଧ୍ୟ ଏଥିରୁ ବାଦ ପଡ଼ୁନାହାଁନ୍ତି । ଔଷଧର ତ ଆପଣ ବ୍ୟବହାର କରିବେ କିନ୍ତୁ ତାହା ସହିତ ନିଜର ଖାଦ୍ୟ ପ୍ରତି ମଧ୍ୟ ଯତ୍ନବାନ ହେବା ଉଚିତ ।
ଆୟୁର୍ବେଦ ଅନୁଯାୟୀ ଶୀତଦିନେ ଖଟାଫଳ ଶରୀର ପାଇଁ ବେଶ୍ ଉପକାରୀ। ବିଶେଷ କରି ଲେମ୍ବୁ ଓ କମଳା ଖାଇବା ଭଲ। ଏଥିରେ ଥିବା ପେକ୍ଟିନ୍ ନାମକ ଏକ ପଦାର୍ଥର କ୍ୟାନସରକୁ ପ୍ରତିରୋଧ କରିବାର ଶକ୍ତି ରହିଛି। ଏହା ବ୍ୟତୀତ ଦିନରେ ୨-୩ ପ୍ରକାର ଫଳ ଖାଇଲେ କ୍ୟାନସର, ହୃଦ୍ଘାତ, ମଧୁମେହ ଓ ଅଷ୍ଟିଓପୋରୋସିସ୍ ଭଳି ସମସ୍ୟା ଦେଖାଯାଇ ନ ଥାଏ।
ପେକ୍ଟିନ୍ କ’ଣ: ଏହା ଏକ ପ୍ରକାର କାର୍ବୋହାଇଡ୍ରେଟ୍ ଯାହା କେତୋଟି ନିର୍ଦ୍ଦିଷ୍ଟ ଗଛରୁ ମିଳିଥାଏ। ହେଲେ ଏହା ଖଟା ଫଳରେ ପ୍ରଚୁର ପରିମାଣରେ ଥିବାରୁ ଏହାକୁ ଖାଇବା ଦ୍ୱାରା ପ୍ରୋଷ୍ଟେଟ କ୍ୟାନସରର ଭୟ ଦୂରେଇ ଯାଇଥାଏ।
ଖଟା ଫଳ ଖାଇଲେ ଶରୀରରେ ଆଣ୍ଟିଅକ୍ସିଡାଣ୍ଟର ପରିମାଣ ବୃଦ୍ଧି ପାଇଥାଏ। ଫଳରେ ବୟସ ବୃଦ୍ଧି ହେଲେ ଦେଖାଯାଉଥିବା ହାଡ ପୋରିଆ ବା ଅଷ୍ଟିଓପୋରୋସିସ୍ ସମସ୍ୟା ଅନେକାଂଶରେ ଦୂରେଇ ଯାଇଥାଏ। ବିଶେଷ କରି ଲେମ୍ବ,ୁ କମଳା ଓ ଅଙ୍ଗୁରରୁ ଏହି ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ।