Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ବେସନ ବର୍ଫି

Archana's Kitchen
0 40

ମହାରାଷ୍ଟ୍ର, ଉତ୍ତରପ୍ରଦେଶର ପ୍ରତ୍ୟେକ ମିଠା ଦେକାନରେ ବେସନ ବର୍ଫି ନିମନ୍ତେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳେ । ପର୍ବପର୍ବଣିରେ ଏହି ମିଠାକୁ ଭୋଗ ଭାବେ ମଧ୍ୟ ଲଗାଯାଇଥାଏ । ଦେକାନରେ ମିଳୁଥିବା ଏହି ବେସନ ବର୍ଫିକୁ ଖୁବ ସହଜରେ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ…

ସାମଗ୍ରୀ-
ବେସନ- ୨ କପ
ଚିନି- ୧ କପ
ପାଣି- ଦେଢ କପ
ଘିଅ- ୧ କପ
ପେସ୍ତାବାଦାମ- ଚୂନା ଚୂନା କଟା

ପ୍ରଣାଳୀ-
ପ୍ରଥମେ ଚୁଲା ଲଗାଇ ସେଥିରେ ଘିଅ ଅଧ ଚାମଚ ପକାଇ ଗରମ କରନ୍ତୁ । ଏହାପରେ ସେଥିରେ ବେସନ ପକାଇ ହାଲକା ଭାବେ ଭାଜି ଦିଅନ୍ତୁ । ବେସନ ବାଦାମି ରଙ୍ଗ ହେବା ପରେ ଓ ଘିଅ ସେଥିରୁ ଛାଡିବା ପରେ ଚୁଲାକୁ ଧିମା କରିନିଅନ୍ତୁ । ଏବେ ଚୁଲାରେ ଅନ୍ୟ ଏକ ପାତ୍ର ବସାଇ ସେଥିରେ ପାଣି ଦେଇ ଚିନି ମାଶାଇ ଦିଅନ୍ତୁ । ଏହାକୁ ଭଲ ଭାବେ ଫୁଟିବା ପାଇଁ କିଛି ସମୟ ଛାଡି ଦିଅନ୍ତୁ । ୧୦ ମିନିଟ ପରେ ଏହି ମିିଶ୍ରଣ ଗାଢ ହେବା ପରେ ଅନ୍ୟ ପାତ୍ରରେ ଥିବା ବେସନ-ଘିଅ ମିଶ୍ରଣକୁ ଢାଳିନିଅନ୍ତୁ । ଏହି ମିଶ୍ରଣକୁ ଭଲଭାବେ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଚୁଲା ବନ୍ଦ କରି ଏହି ମିଶ୍ରଣକୁ ଥଣ୍ଡା ହେବା ପାଇଁ ଛାଡିଦିଅନ୍ତୁ । ପରେ ଏହାକୁ ବର୍ଫି ଆକାରରେ ଛୁରୀରେ କାଟି ପେସ୍ତାବାଦାମ ସଜାଇ ଦିଅନ୍ତୁ । ୫ ରୁ ୬ ଦିନ ଫ୍ରିଜରେ ରଖି ଏହାକୁ ଖାଇ ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More