Only for Entertainment

ହୋଲିରେ ପ୍ରସ୍ତୁତ କରନ୍ତୁ ବେସନ ଲଡୁ

NDTV Food
40

ସାମଗ୍ରୀ :

ବେସନ : ୨ କପ, ଚିନି : ୧/୪ କପ, ଘିଅ : ୧୦୦ ଗ୍ରାମ, ଗୁଜୁରାତି : ୧ ଚାମଚ, କାଜୁ ଓ ପିସ୍ତାବାଦାମ : ଅଳ୍ପ

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଗ୍ୟାସ ଅନ କରି ଅଳ୍ପ ଜାଳରେ ରଖି କଢେଇ ବସାନ୍ତୁ । ସେଥିରେ ଘିଅ ପକାନ୍ତୁ । ଘିର ଗରମ ହୋଇଗଲେ ସେଥିରେ ବେସନ ପକାନ୍ତୁ । ଘିଅ ସହ ବେସନଟି ଭଲ ଭାବେ ଭାଜି ନିଅନ୍ତୁ । ବେସନ ଭାଜି ହୋଇ ଗୋଲ୍ଡେନ ବ୍ରାଉନ ହୋଇଗଲେ ତାକୁ ଏକ ପାତ୍ରକୁ ବାହାର କରିନିଅନ୍ତୁ । ଚିନି ଓ ଗୁଜୁରାତିକୁ ଗ୍ରାଇଣ୍ଡିଂ କରି ପାଉଡ଼ର କରିଦିଅନ୍ତୁ । ଭଜା ବେସନ ସହ ଚିନି ପାଉଡ଼ରକୁ ଗୋଳାଇ ଦିଅନ୍ତୁ । ସେଥିରେ ପିସ୍ତା ବାଦାମ ଛୋଟ ଛୋଟ କାଟି ପକାନ୍ତୁ । ସେଥିରୁ ଛୋଟ ଛୋଟ ଗୋଳା କରି ଲଡ୍ଡୁ ଆକାରରେ ତିଆରି କରନ୍ତୁ । ଲଡୁ ଉପରେ କାଜୁକୁ ଚାପି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ପସନ୍ଦର ବେସନ ଲଡୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More