Only for Entertainment

ବର୍ଷକ ମଧ୍ୟରେ ଏତେ ବିରିୟାନୀ ବିକିବାରୁ ‘ଲିମ୍କାବୁକ’ରେ ସାମିଲ ହେଲା ଏହି ନାଁ !

navbharattimes
26

ସବୁଠାରୁ ଅଧିକ ବିରିୟାନୀ କେଉଁଠି ମିଳେ? ହାଇଦ୍ରାବାଦରେ ନାଁ ! ଏହି ସହରରେ ଅବସ୍ଥିତ ପ୍ରସିଦ୍ଧ ‘ପାରାଡାଇଜ’ ରେସ୍ତୋରାଁ ବର୍ଷ ଭିତରେ ୭୦ଲକ୍ଷରୁ ଅଧିକ ବିରିୟାନୀ ପରଷି ‘ଲିମ୍କା ବୁକ ଅଫ ରେକର୍ଡସ’ରେ ନିଜ ନାଁ ସାମିଲ କରିଛନ୍ତି । ରିପୋର୍ଟ ମୁତାବକ, ପାରାଡାଇଜ ରେସ୍ତୋରାଁର ହାଇଦ୍ରାବାଦ ବ୍ରାଂଚ ଜାନୁଆରୀ ୧, ୨୦୧୭ରୁ ୩୧ଡିସେମ୍ବର ୨୦୧୭ରେ ହାରାହାରି ୭୦,୪.୨୮୯ପ୍ଲେଟ ବିରିୟାନୀ ଗ୍ରାହକଙ୍କୁ ପରଷିଛନ୍ତି । ଏହିକାରଣରୁ ଏହି ରେସ୍ତୋରାଁ’ର ନାଁ ଲିମ୍କା ବୁକ ରେକର୍ଡ ୨୦୧୯ ସଂସ୍କରଣରେ ସାମିଲ ହୋଇଛି ।

କେବଳ ସେତିକି ନୁହେଁ , ମୁମ୍ବାଇରେ ହେଉଥିବା ଏସିଆ ଫୁଡ କଂଗ୍ରେସ ଜରିଆରେ ପାରାଡାଇଜ ‘ରେସ୍ତୋରାଂଟ ସର୍ବିଂ ଦ ବେଷ୍ଟ ବିରିୟାନୀ’ ଆୱାର୍ଡରେ ସମ୍ମାନିତ କରାଯାଇଛି । ଏହାସହ ପାରାଡାଇଜ ର ଚେୟାରମ୍ୟାନ ଅଲି ହେମାତୀଙ୍କୁ ଫୁଡ, ରେସ୍ତୋରାଁ ଏବଂ ହସ୍ପିଟାଲିଟି ସର୍ଭିସେଜ’ରେ ଯୋଗଦାନ ଦେଇଥିବା ହେତୁ ଲାଇଫଟାଇମ ଆଚିଭମେଂଟ ଆୱାର୍ଡ ଦିଆଯାଇଛି ।

ଏଠାରେ ଆମେ କହି ରଖୁଛୁ ଯେ ପାରାଡାଇଜ ରେସ୍ତୋରାଁ ଆରମ୍ଭ ହାଇଦ୍ରାବାଦରେ ୧୯୫୩ରେ ହୋଇଥିଲା । ଆରମ୍ଭ ହେଲା ବେଳେ ଏହି ରେସ୍ତୋରାଁ ପ୍ରଥମେ ଏକ କଫି ଶପ ଥିଲା, ଯିଏ ଚା’, କଫି କିମ୍ବା ସ୍ନାକ୍ସ ଗ୍ରାହକଙ୍କୁ ପରଶୁ ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More