Only for Entertainment

ଅମିତାଭ ବଚ୍ଚନଙ୍କ ଏହି ସବୁ ଡାଇଲଗ ତାଙ୍କୁ ସିନେପ୍ରେମୀଙ୍କ ଗହଣରେ କରିଛି ପପୁଲାର…

google
45

ଡନ୍ କୋ ପକଡନା ମୁସକିଲ ହି ନହିଁ ନାମୁମକିନ୍ ହୈ.. . ହମ୍ ଯାହାଁସେ ଖଡେ ହୋ ଯାତେ ହୈଁ ଲାଇନ୍ ବହିଁ ସେ ସୁରୁ ହୋ ଜାତି ହୈ.. . ଏମିତି ଅନେକ ଡାଏଲଗ୍ ରହିଛି ଯାହା ଅମିତାଭ୍ ବଚ୍ଚନଙ୍କୁ ସିନେପ୍ରେମୀଙ୍କ ଗହଣରେ କରିଛି ପପୁଲାର୍ । ନିଜର ଏହି ସ୍ୱତନ୍ତ୍ର ଡାଏଲଗ୍ ଡେଲିଭରି ଷ୍ଟାଇଲ୍ ପାଇଁ ଅମିତାଭ୍ ବଚ୍ଚନ୍ ହୋଇଛନ୍ତି ବଲିଉଡର ମେଗାଷ୍ଟାର୍ । ବଲିଉଡରେ ତାଙ୍କର ଅତୁଳନୀୟ ଯୋଗଦାନ ପାଇଁ ତାଙ୍କୁ ଚଳିତବର୍ଷ ଦାଦା ସାହେବ ଫାଲକେ ସମ୍ମାନରେ ସାମ୍ମାନୀତ କରାଯିବ । ଏହି ଅବସରରେ ଆସନ୍ତୁ ନଜର ପକାଇବା ତାଙ୍କର କିଛି ଫେମସ ଡାଇଲଗ ବିଷୟରେ ।

ଜଂଜିର୍ – ୧୯୭୩ ମସିହାର ଚଳଚ୍ଚିତ୍ର ‘ଜଂଜୀର’ ଅମିତାଭଙ୍କୁ ନୂଆ ପରିଚୟ ଦେଇଥିଲା ବଲିଉଡରେ । ୟାଙ୍ଗ୍ରୀ ୟଙ୍ଗମାନ୍ ଭାବେ ପରିଚିତ ହେଲେ ବିଗ୍ ବି ।

ଡନ୍ – ପୋଲିସ ପରେ ଡନ୍ ହୋଇ ସିନେପ୍ରେମୀଙ୍କୁ ଏଂଟରଟେନ୍ କଲେ ଅମିତାଭ୍ । ୧୯୭୮ ମସିହାର ଫିଲ୍ମ ଡନ୍ ରିଲିଜ୍ ହେବା ପରେ ବଲିଉଡ୍ ଡନ୍ ଭାବେ ଜଣାଗଲେ ଅମିତାଭ ।

ଦିୱାର୍ – ଭାଇ – ଭାଇର ସମ୍ପର୍କ ଏହାଭିତରେ ମାଆକୁ ନେଇ ଝଗଡା । ଏମିତି କିଛି ସିନ୍ ସ୍ଥାନ ପାଇଥିଲା ଚଳଚ୍ଚିତ୍ର ଦିୱାର୍ରେ । ଯେଉଁଥିରେ ଅମିତାଭଙ୍କ ପ୍ରଭାବଶାଳୀ ଡାଏଲଗ୍ ଆଜି ବି ଦର୍ସକଙ୍କୁ ପ୍ରଭାବିତ କରେ ।

କାଲା ପଥର୍ – ୧୯୭୯ ମସିହାର ଫିଲ୍ମ କାଲା ପଥର୍ । ଯେଉଁଥିରେ ଶ୍ରମିକ ହୋଇ ପରଦାରେ କମାଲ୍ ଦେଖାଇଥିଲେ ଅମିତାଭ ।

ଶିଲଶିଲା – ଅମିତାଭ୍ – ରେଖା ଓ ଜୟା ଙ୍କ ଲଭ୍ ଟ୍ରାଙ୍ଗଲ୍ ରିୟଲ ଲାଇଫରେ ଯେତେ ଚର୍ଚ୍ଚିତ ପରଦାରେ ମଧ୍ୟ ସେତେ ଲୋକପ୍ରିୟ । ଯାହା ଦେଖିବାକୁ ମିଳିଥିଲା ଶିଲଶିଲା ଫିଲ୍ମରେ ।

ଅଗ୍ନିପଥ – ୧୯୯୦ ମସିହାରେ ଚଳଚ୍ଚିତ୍ର ଅଗ୍ନିପଥରେ ବିଜୟ ଦିନାନାଥ ଚୌହ୍ୱାନ ଡାଏଲଗ୍ ଅମିତାଭଙ୍କ କିଏ ବା ଭୂଲି ପାରିବ ।

ବ୍ଲାକ୍ – ୨୦୦୪ ମସିହାର ସଂଜୟଲୀଲା ଭଂଶାଲିଙ୍କ ବ୍ଲାକ୍ ଚଳଚ୍ଚିତ୍ର ଅମିତାଭଙ୍କ କ୍ୟାରିୟର୍ର ଅନ୍ୟତମ ସଫଳ ସିନେମା ସାବ୍ୟସ୍ତ ହୋଇଥିଲା ।

ପା – ୨୦୦୯ ମସିହାର ଫିଲ୍ମ ପା – ରେ ଏକ ନିଆରା ରୋଗରେ ପିଡିତ ଏକ ପିଲା ଚରିତ୍ରରେ ନଜର ଆସିଲେ ବିଗ୍ ବି । ଏହି ଚରିତ୍ର ଅମିତାଭଙ୍କୁ ଆଣିଦେଇଥିଲା ଜାତୀୟ ସମ୍ମାନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More