Only for Entertainment

ବର୍ଥ ଡେ ସ୍ପେଶାଲ: ଜାଣନ୍ତୁ ଅନୁଷ୍କାଙ୍କର ଏହି ଫିଲ୍ମ ବିଷୟରେ ଯାହା ଦର୍ଶକଙ୍କ ମନକୁ ଛୁଇଁପାରିଛି ।

dna india
0 36

୨୦୦୭ରେ ଅନୁଷ୍କା ଫ୍ୟାଶନ ଡିଜାଇନର ବେଣ୍ଡଲ୍ଡ ରାଡ୍ରିକ୍ସଙ୍କ ପାଇଁ ଅଧୀନରେ ମଡେଲିଂ କରି ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଆଜି ତାଙ୍କର ୩୦ତମ ଜନ୍ମ ଦିବସ ଅଟେ । ଅନଚଷ୍କା ଶର୍ମା ନିଜ ଫିଲ୍ମ ପାଇଁ ଅନେକ ଫିଲ୍ମ ଫେଆର ଆୱାର୍ଡ ମଧ୍ୟ ଜିତିଛନ୍ତି । ନିଜର କଠିନ ପରିଶ୍ରମ ଯୋଗୁଁ ସେ ବଲିଉଡ ଜଗତରେ ନିଜର ସ୍ଥାୟୀ ବିସ୍ତାର କରିବାରେ ସକ୍ଷମ ହୋଇପାରିଛନ୍ତି । ଚାଲନ୍ତୁ ଆଜି ତାଙ୍କର ଜନ୍ମଦିନରେ ତାଙ୍କର ୫ଟି ଫିଲ୍ମ ବିଷୟରେ ଜାଣିବା ଯାହାକୁ ଦର୍ଶକମାନେ ଖୁବ ପସନ୍ଦ କରିଥିଲେ ।

Rab-Ne-Bana-Di-Jodi-DI-1-1140x641

  • ରବ ନେ ବନାଦି ଯୋଡି

ଅନୁଷ୍କା ଶର୍ମା ପ୍ରଥମେ ଏହି ଫିଲ୍ମ ଖୁବ ସୁନ୍ଦର ହୋଇଥିଲା ଯାହା ସିଧା ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଥିଲା ।ଏହି ଫିଲ୍ମ ଅନୁଷ୍କାଙ୍କର ପ୍ରଥମ ଫିଲ୍ମ ଅଟେ । ଯଦିଓ ଏହି ଫିଲ୍ମରେ ଅନୁଷ୍କାଙ୍କ ଅଭିନୟ ଦେଖି କେହି ବିଶ୍ୱାସ କରି ପାରିନଥିଲେ ଯେ ଏହା ଅନୁଷ୍କା ଶର୍ମାଙ୍କର ପ୍ରଥମ ଫିଲ୍ମ ବୋଲି ।

IndiaTv70e971_PkMovieReview

  • ପିକେ 

ଏହି ଫିଲ୍ମ ଭାରତୀୟ ଫିଲ୍ମ ଜଗତରେ ଏକ ନୂଆ ବେଂଚମାର୍କ ବନାଇଥିଲା । ଏହା ଏକ ଭିନ୍ନ ଫିଲ୍ମ ରହିଥିଲା । ପିକେ ଅନୁଷ୍କାଙ୍କ ସହ ଅମୀରଙ୍କର ସୁନ୍ଦର ଅଭିନୟ ଏହି ଫିଲ୍ମରେ ଦେଖିବାକୁ ମିଳିଥିଲା ।

Sultan

  • ସୁଲତାନ 

ଅଲୀ ଅବ୍ବାସ ଜଫରଙ୍କ ଫିଲ୍ମ ‘ସୁଲତାନ’ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ପ୍ରତିକ୍ଷିତ ଫିଲ୍ମ ମଧ୍ୟରୁ ଅନୁଷ୍କାଙ୍କର ଏହି ଫିଲ୍ମ ମଧ୍ୟ ଗୋଟେ । ଅନୁଷ୍କା ଏହି ଫିଲ୍ମରେ ନିଜ ଅଭିନୟ ଜରିଆରେ ଏକ ଭଲ ଅଭିନେତ୍ରୀ ରୂପେ ନିଜକୁ ପରିଚୟ ଦେଇଥିଲେ ।

  • ବ୍ୟାଣ୍ଡ ବାଜା ବାରାତ

ଏହି ଫିଲ୍ମ ମଧ୍ୟ ଅନୁଷ୍କା ଶର୍ମାଙ୍କର ମନୋରଂଜନ ଫିଲ୍ମ ମଧ୍ୟରୁ ଏକ ଫିଲ୍ମ ଅଟେ । ଏହି ଫିଲ୍ମ ସମ୍ପର୍କରେ କହିବା ସମୟରେ ସେ କହିଥିଲେ ଏହି ଫିଲ୍ମ ପାଇଁ ତାଙ୍କ ଜୀବନର ରୂପ ବଦଳିଯାଇଥିଲା । ଏହି ଫିଲ୍ମ ପରେ ସେ ଦର୍ଶକଙ୍କ ହୃଦୟରେ ରାଜ କରିଥିଲେ ।

  • ଏନ ଏଚ୧୦

ଅନୁଷ୍କା ସବୁବେଳେ ତାଙ୍କ ଫିଲ୍ମରେ ଜଣେ ଶକ୍ତିଶାଳୀ ମହିଳା ରୂପେ ଅଭିନୟ କରିବାକୁ ପସନ୍ଦ କରନ୍ତି । ଏହି ଫିଲ୍ମ ତାଙ୍କ ପାଇଁ ସବୁଠାରୁ ବଡ ଉଦାହରଣ ଅଟେ । ଅନୁଷ୍କାଙ୍କ ଏହି ଫିଲ୍ମରେ ଅଭିନୟ ଦେଖି ଆପଣ ନିଶ୍ଚୟ ରୂପେ ଅନୁମାନ ଲଗାଇ ପାରୁଥିବେ ଏହି ଫିଲ୍ମ ପାଇଁ କେତେ ପରିଶ୍ରମ କରିବାକୁ ପଡିଥିବା !

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More