Only for Entertainment

୧୯ ବର୍ଷ ପରେ ଶ୍ରାବଣରେ ହେବ ଏଭଳି ଯୋଗ,୩୦ ଜୁଲାଇକୁ ହେବ ପ୍ରଥମ ସୋମବାର ।

youtube
0 52

ଏହିଥର ଶ୍ରାବଣ ମାସ କେତେକ ଶ୍ରେଷ୍ଠ ସଂଯୋଗ ନେଇ ଆସୁଛି । ପ୍ରଥମ ସଂଯୋଗ ହେଉଛି ଶ୍ରାବଣ ଏହିଥର ଶନିବାର ଠାରୁ ଆରମ୍ଭ ହେଉଛି,ଯାହା ନିଜେ ଖୁବ ଖାସ । ଦ୍ୱିତୀୟ କଥା ହେଉଛି ଶ୍ରାବଣରେ ଏହିଥର ୫ଟି ସୋମବାର ପଡ଼ିବ ଏବଂ ତୃତୀୟ କଥା ହେଉଛିଯେ ୧୯ ବର୍ଷ ପରେ ଏଭଳି ସଂଯୋଗ ରହିଛି,ଯେତେବେଳେ ଶ୍ରାବଣ ମାସ ପୂରା ୩୦ ଦିନ ପଡ଼ିବ ।
ଏହି ଶ୍ରାବଣର ପ୍ରଥମ ଦିନ ୩୦ ଜୁଲାଇରେ । ଏହି ଦିନ ସୌଭାଗ୍ୟ ଯୋଗ ରହିଛି । ଏହା ଖୁବ ଶୁଭ ଏବଂ ମଙ୍ଗଳକାରୀ ବୋଲି କୁହାଯାଏ । ବିବାହ ପାଇଁ ଏହା ଖୁବ ଶୁଭ ମୁହୂର୍ତ୍ତ । ଏହି ଯୋଗର ବିଶେଷ ମହତ୍ୱ ରହିଛି । କୁହାଯାଏଯେ ଏହି ଦିନ ବିବାହ କରିବା ଦ୍ୱାରା ଗୃହସ୍ଥ ଜୀବନ ସୁଖମୟ ହୋଇଥାଏ । ଶ୍ରାବଣ ସୋମବାଦିନ ଏହି ମୁହୂର୍ତ୍ତରେ ପତି ପତ୍ନୀ ଏକା ସାଙ୍ଗରେ ପୂଜା କରିବା ଦ୍ୱାରା ଶିବ ପାର୍ବତୀଙ୍କର ବିଶେଷ କୃପା ମିଳିଥାଏ । ପ୍ରେମୀ ଯୁଗଳ ମଧ୍ୟ ଏହା କରିପାରିବେ । ଅବିବାହିତ ଲୋକ ମଧ୍ୟ ମନ ମୁତାବକ ଜୀବନସାଥି ପାଇଁ ଏହି ଉପାୟ କରିପାରିବେ ।

କିଭଳି କରିବେ ପୂଜା:
ଶିବଲିଙ୍ଗରେ ପ୍ରଥମେ ଗଙ୍ଗାଜଳ ଚଢାନ୍ତୁ । ଯଦି ଗଙ୍ଗାଜଳ ଉପଲବ୍ଧ ନାହିଁ ତେବେ ତାଜା ଜଳକୁ ତମ୍ବା ଢାଳରେ ପୂର୍ଣ୍ଣ କରି ଶିବଲିଙ୍ଗରେ ଅର୍ପିତ କରନ୍ତୁ ।
ଏହାପରେ ଦୁଗ୍ଧ,ଦହି,ମହୁ ଏବଂ ଚାଉଳ ଶିବଲିଙ୍ଗରେ ଅର୍ପଣ କରନ୍ତୁ ।
ପରେ ବେଲପତ୍ର,ତାଜା ଫଳ ଏବଂ ଫୁଲରେ ଶିବଲିଙ୍ଗକୁ ସୃଙ୍ଗାର କରନ୍ତୁ ।
ଏହାପରେ ଶିବଲିଙ୍ଗରେ ଚନ୍ଦନ,ରୋଲି ଏବଂ ଅକ୍ଷତ ଟିକା ଲଗାନ୍ତୁ ଓ ପ୍ରସାଦ ଚଢାନ୍ତୁ । ପ୍ରସାଦରେ ମିଶ୍ରି,ମିଠା ଇଲାଇଚି ଦାନା ବା ଶାକର ରଖିପାରିବେ ।
ଏହାପରେ ଶିବଙ୍କୁ ଦୀପରେ ଧୂପଦାନ କରନ୍ତୁ ଏବଂ ଭୋଗକୁ ଅନ୍ୟକୁ ବାଂଟନ୍ତୁ ଏବଂ ନିଜେ ଖାଆନ୍ତୁ । ଦିନସାରା କାହାପାଇଁ ମନରେ ଖରାପ ବିଚାର ରଖନ୍ତୁ ନାହିଁ ଅର୍ଥାତ ମନକୁ ସ୍ୱଚ୍ଛ ରଖନ୍ତୁ ଏବଂ ସୁଖମୟ ଜୀବନ ପାଇଁ ପ୍ରାର୍ଥନା କରନ୍ତୁ । ସଂକ୍ରାନ୍ତି ଗଣନା ହିସାବରେ ଏହି ବର୍ଷ ଶ୍ରାବଣରେ ୫ଟି ସୋମବାର ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More