Only for Entertainment

ସଠିକ ସମୟରେ ଶୋଇଲେ ଶରୀରକୁ ରୋଗରୁ ମିଳିଥାଏ ସୁରକ୍ଷା !

Reader's Digest
25

ଦୈନିକ ରାତିରେ ଅନ୍ୟୁନ ଛଅ ଘଣ୍ଟା ନ ଶୋଇବା ଫଳରେ ଆପଣଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ। ଏହା ବିଶେଷଭାବେ ଆପଣଙ୍କର ହୃଦୟ ପାଇଁ କ୍ଷତିକାରକ ବୋଲି ଏକ ଗବେଷଣାରୁ ଜଣାଯାଇଛି। କମ୍‌ ନିଦ୍ରା ହେତୁ ଲୋକଙ୍କର ଷ୍ଟ୍ରେସ୍‌ ହରମୋନ୍‌ ବଢ଼ିଯାଇଥାଏ।ଏହା ସି ଆର ପି ନାମ କାର୍ଡୟୋମସ୍କୁଲାର୍‌ ରୋଗର ମଧ୍ୟ ପ୍ରମୁଖ କାରଣ ବୋଲି ଜଣାଯାଇଛି।

ଏହି ଗବେଷଣାରେ କୁହାଯାଇଛି ଯେ, ରାତି ୧୦ ଟାରୁ ଭୋର ୩ଟା ଯାଏଁ ସମୟ ହେଉଛି ଶରୀର ଅଧିକାଂଶ କାର୍ଯ୍ୟପ୍ରଣାଳୀ ମରାମତିର ସମୟ। ଯଦି ଆପଣ ଏହି ପ୍ରକୃଷ୍ଟ ସମୟରେ ନିଦ୍ରା ନ ଯାଆନ୍ତି,ତେବେ ଆପଣଙ୍କର କ୍ଷତି ହୋଇଥାଏ।ଏହା ଫଳରେ କାର୍ସିନୋଜେନେସିସ୍‌ ଅର୍ଥାତ୍‌ କର୍କଟ ସୃଷ୍ଟିକାର ବ୍ରେନ୍‌ ଷ୍ଟ୍ରୋକ୍‌ ଓ ହୃଦ୍‌ଘାତ ହେବାର ଆଶଙ୍କା ବୃଦ୍ଧି ପାଇଥାଏ।

ଆମେରିକାନ୍‌ ହାର୍ଟ ଆସୋସିଏସନ୍‌ ପକ୍ଷରୁ କରାଯାଇଥିବା ଏହି ଗବେଷଣାରୁ ଜଣାଯାଇଛି ଯେ,ଅନିୟମିତ ନିଦ ହେତୁ ମୋଟାପା,ଉଚ୍ଚ ରକ୍ତଚାପ ମଧୁମେହ ଆଦି ରୋଗ ଦେଖା ଦେଇଥାଏ।ଏଣୁ ଏଥିରୁ ରକ୍ଷା ପାଇବା ଲାଗି ଆପଣ ରାତି ୧୦ଟାରୁ ଭୋର୍‌ ୪ଟା ଯାଏଁ ଶୋଇବା ଠିକ୍‌ ବୋଲି କୁହାଯାଇଛି।

ମନେ ରଖନ୍ତୁ ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ଶୋଇଲେ ଏବଂ ଉଠିଲେ,ଭଲ ନିଦ ହୋଇଥାଏ। ଅଯଥା ଚିନ୍ତା ଓ ଅବସାଦରୁ ଦୂରେଇ ରହିବାସାଙ୍ଗକୁ ଶାରୀରିକ ଶ୍ରମ ବି ଏଥିପାଇଁ ଜରୁରୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More