Only for Entertainment

ବେହଦ ସୁଟିଂ ସେଟରେ ଦୁର୍ଘଟଣା, ଜେନିଫରଙ୍କୁ ବଂଚାଇବାକୁ ଯାଇ ଶିବିନ ନାରଙ୍ଗଙ୍କୁ ଲାଗିଲା………

31

ଲୋକିପ୍ରୟ ଟିଭି ଅଭିନେତ୍ରୀ ଜେନିଫର ୱିଙ୍ଗେଟ ଏବେ ଟିଭି ଶୋ ‘ବେହଦ ଟୁ’ରେ ନଜର ଆସୁଛନ୍ତି । ଶୋ ପାଇଁ ଜେନିଫର ବିଭିନ୍ନ ପ୍ରକାରର ଖତରନାକ ସିକ୍ୱେନ୍ସ ସୁଟ୍ କରିଛନ୍ତି । ଏକା ସାଙ୍ଗରେ ଶିବିନ୍ ଏବଂ ଜେନିଫରଙ୍କ ଫଷ୍ଟ ସୁଟ ଆଉଟଡୋର ଲୋକସେନରେ ଥିଲା । ଏହା ଏକ କନ୍ସଟ୍ରକ୍ସନ ସାଇଟରେ ଥିଲା । କିନ୍ତୁ ସୁଟିଂ ସମୟରେ ଶିବିନ୍ ଜେନିଫରଙ୍କ ପାଇଁ ଏକ ରିଅଲ ଲାଇଫ ହିରୋ ହୋଇଗଲେ । ରିପୋର୍ଟ ଅନୁସାରେ ଲିଫ୍ଟ ନିୟନ୍ତ୍ରଣ ହରାଇ ଖସିଯିବାରୁ ଜେନିଫରଙ୍କୁ ବଂଚାଇ ନିଜେ ଆଘାତ ପାଇଛନ୍ତି ଶିବିନ୍ ।

ସୂଚନା ଅନୁସାରେ ଜେନିଫର ହାରନେସ ପିନ୍ଧିଥିଲେ ଓ ଶ୍ରମିକ ମାନଙ୍କ ଲିଫ୍ଟରେ ଥିଲେ । ଲିଫ୍ଟଟି ନିୟନ୍ତ୍ରଣ ହରାଇ ବସିବାରୁ ଟପ ଫ୍ଲୋରରୁ ତଳକୁ ଖସିଗଲା କିନ୍ତୁ ଜେନିଫରଙ୍କ ହାରନେସ ଲିଫ୍ଟରେ ଟାଣି ହୋଇ ଚାଲିଗଲା । ସେହି ସମୟରେ ଶିବିନ୍ ଜେନିଫରଙ୍କୁ ବଂଚାଇଦେଲେ । ଏହି ମଧ୍ୟରେ ଶିବିନଙ୍କ ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More