Only for Entertainment

ହର୍ଷବର୍ଦ୍ଧନଙ୍କୁ ମିଳୁନାହାଁନ୍ତି ଦର୍ଶକ,ହିଟ ହେଲା ଭଉଣୀଙ୍କ ଫିଲ୍ମ ।

0 53

ସୋନମ କପୁରଙ୍କ ଫିଲ୍ମ ବୀରେ ଦି ୱେଡିଙ୍ଗ ବକ୍ସ ଅଫିସରେ ଜବରଦସ୍ତ ଇନକମ କରୁଛି । ଫିଲ୍ମ ୫ଟି ଟପ ଓପନର୍ସ ମଧ୍ୟରେ ସ୍ଥାନ ତିଆରି କରିସାରିଛି । ଏହି ଫିଲ୍ମର ପ୍ରଭାବ କେତେକ ବଡ଼ ଫିଲ୍ମ ଉପରେ ପଡ଼ୁଛି । ଏହି ମଧ୍ୟରେ ପ୍ରଥମେ ରହିଛି ସୋନମଙ୍କ ଭାଇ ହର୍ଷବର୍ଦ୍ଧନଙ୍କ ଫିଲ୍ମ ଭାବେଶଯୋଶୀ ଉପରେ । ଏହି ଫିଲ୍ମ ୧ ଜୁନରେ ବୀରେ ଦି ୱେଡିଙ୍ଗ ସହିତ ରିଲିଜ ହୋଇଥିଲା ।

ପୂର୍ବରୁ ମଧ୍ୟ ଏହା ଅନୁମାନ କରାଯାଉଥିଲାଯେ ବୀରେ ଦି ୱେଡିଙ୍ଗର ଗ୍ଲାମର ପ୍ରଭାବ ଅନ୍ୟ ଫିଲ୍ମ ଉପରେ ପଡ଼ିବ । ସୋନମଙ୍କ ଫିଲ୍ମ ୩୫ କୋଟି ପାର କରି ସାରିଥିବା ସମୟରେ ହର୍ଷବର୍ଦ୍ଧନଙ୍କ ଫିଲ୍ମ ୧ କୋଟି ଅତିକ୍ରମ କରିଛି । ଦୁଇ ଫିଲ୍ମ ମଧ୍ୟରେ ଏତେ ଗ୍ୟାପ ଦେଖି କେତେକ ଥିଏଟର ଭାବେଶ ଯୋଶୀକୁ ରବ୍ଦ କରି ସୋନମଙ୍କ ଫିଲ୍ମ ନେବାକୁ ନିଷ୍ପତ୍ତି ନେଇଛନ୍ତି ।
କରୀନା,ସୋନମ,ସ୍ୱରା ଏବଂ ଶୀଖାଙ୍କ ଏହି ଫିଲ୍ମ ଆଲିୟା ଭଟ୍ଟଙ୍କ ରାଜିକୁ ପଛରେ ପକାଇ ଦେଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More