Only for Entertainment

ନୂଆ ବର୍ଷରେ ମୁକ୍ତିଲାଭ କଲା ଓଡିଆ ରୋମାଂଟିକ୍ ଗୀତ ‘ଭାବି ଭାବି’

YouTube
128

ନୂଆ ବର୍ଷ ଅବସରରେ ମୁକ୍ତିଲାଭ କଲା ଓଡିଆ ରୋମାଂଟିକ୍ ଗୀତ ‘ଭାବି ଭାବି’ । ଗୀତରେ ସ୍ଥାନ ପାଇଛି ଏକ ଭିନ୍ନ ପ୍ରେମ କାହାଣୀ । ଜେଣ ଷ୍ଟୁଡେଂଟ୍ କିପରି ନିଜ ମ୍ୟାଡାମ୍ଙ୍କୁ ପସନ୍ଦ କରେ ତାହା ଦେଖିବାକୁ ମିଳିଛି ଏହି ରୋମାଂଟିକ୍ ମ୍ୟୁଜିକ୍ ଭିଡିଓରେ । ଗୀତରେ ନାୟକ – ନାୟିକା ଭାବେ ନଜର ଆସିଛନ୍ତି ସୂର୍ଯ୍ୟଜୀତ୍ ଓ କଳ୍କୀ । ଆକର୍ଷଣୀୟ ସଙ୍ଗୀତ ସହ ସୁନ୍ଦର୍ ପିକ୍ଚରାଇଜେସନ୍ ଦେଖିବାକୁ ମିଳିଛି ଏହି ଗୀତରେ । ଏହି ମନଛୁଆଁ ଗୀତରେ ଶୁଣିବାକୁ ମିଳିଛି ଅଭିନନ୍ଦନ ଦାସଙ୍କ ଆକର୍ଷଣୀୟ ଗାୟିକି । ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ନାଗାର୍ଜୁନ୍ । ଏବଂ ଏହି ଗୀତକୁ ରଚନା କରିଛନ୍ତି ରାକେଶ ଦାଶ । ଗୀତଟି ଆଜିର ଯୁବପିଢୀଙ୍କୁ ଆକୃ୍ଷ୍ଟ କରି ପାରିବ ବୋଲି ଆଶା କରାଯାଉଛି ।

ଭିଟ୍ୟୁନ୍ ପ୍ରୋ ଅଫିସିଆଲ୍ ୟୁଟୁବ୍ ଚ୍ୟାନେଲ ମୁକ୍ତିଲାଭ କରିଥିବା ଏହି ଗୀତକୁ ପ୍ରସ୍ତୁତ କରିଛନ୍ତି ଫିନିକ୍ସ ଫିଲ୍ମ ଲ୍ୟାବ୍ । ଗୀତଟି ସ୍ରୋତାଙ୍କୁ ପସନ୍ଦ ଆସୁଥିବା ଦେଖିବାକୁ ମିଳିଛି । ୟୁଟୁବରେ ରିଲିଜ୍ ହେବାର ମାତ୍ର ୧୨ ଘଂଟା ମଧ୍ୟରେ ଏହି ଗୀତକୁ ୨୨ ହଜାର୍ରୁ ଉଦ୍ଧ୍ୱର୍ ଦର୍ଶକ ଦେଖି ସାରିଲେଣି । ଆଗକୁ ଏହାର ଚାହିଦା ଆହୃରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More