Only for Entertainment

ରିଲିଜ ହେଲା ‘ଭେୟାଜୀ ସୁପରହିଟ’ର ଟ୍ରେଲର,୧୭ ବର୍ଷ ପରେ ଫେରିଲା ସନି ଏବଂ ଅମୀଷାଙ୍କ ଯୋଡ଼ି ।

youtube
22

ସନି ଦେଓଲଙ୍କ ଫିଲ୍ମ ‘ଭେୟାଜୀ ସୁପରହିଟ’ର ଟ୍ରେଲର ରିଲିଜ ହୋଇ ସାରିଛି । ଏହି ଫିଲ୍ମରେ ସନି କମେଡି ଆକ୍ସନରେ ନଜର ଆସିବେ । ସନିଙ୍କ ସହିତ ଦୁଇ ଜଣ ନାୟିକା ଅର୍ଥାତ ପ୍ରୀତି ଜିନ୍ତା ଏବଂ ଅମୀଷା ପଟେଲ ନଜର ଆସିବେ ।

ଦୁଇ ନାୟିକା ବହୁ ବର୍ଷ ପରେ ପରଦାକୁ ଫେରୁଛନ୍ତି । କମେଡିରେ ତଡ଼କା ଦେବା ପାଇଁ ଶ୍ରେୟସ ତଲପଡ଼େ ଏବଂ ଅରଶଦ ବାର୍ସୀ ମଧ୍ୟ ନଜର ଆସିବେ ।

ଫିଲ୍ମରେ ସନିଙ୍କୁ ୟୁପିର ଡନ ଭାବରେ ଦେଖିବାକୁ ମିଳିବ । ପ୍ରୀତି ତାଙ୍କ ପତ୍ନୀ ଚରିତ୍ରରେ ନଜର ଆସିବେ । ଷ୍ଟୋରୀରେ ଦେଖିବାକୁ ମିଳିବଯେ ସନିଙ୍କୁ ଏକ ଫିଲ୍ମରେ କାଷ୍ଟ କରାଯିବ ଏବଂ ସେ ଅମୀଷାଙ୍କ ସହିତ ରୋମାନ୍ସ କରୁଥିବାର ନଜର ଆସିବେ । ଫିଲ୍ମର ଟ୍ୱିଷ୍ଟ ହେଉଛିଯେ ସନି ଏଥିରେ ଡବଲ ରୋଲରେ ନଜର ଆସିବେ ।ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ନୀରଜ ପାଠକ । ଫିଲ୍ମ ସିନେମା ଘରେ ୨୩ ନଭେମ୍ବରକୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More