Only for Entertainment

ନୂଆ ବର୍ଷରେ ହେବ ଫିଲ୍ମ ‘ଭାରତ’ର ଲାଷ୍ଟ ସେଡ୍ୟୁଲର ସୁଟିଂ, କାରଣ ସଲମାନ ଖାନ !

zee news
27

ବଲିଉଡ ଅଭିନେତା ସଲମାନ ଖାନ ଏବେ ନିଜର ଆଗାମୀ ଫିଲ୍ମ ‘ଭାରତ’କୁ ନେଇ ଚର୍ଚ୍ଚାରେ । ଫିଲ୍ମର ଦିଲ୍ଲୀ ଏବଂ ପଂଜାବ ସେଡ୍ୟୁଲର ସୁଟିଂ ପୂରା ହୋଇସାରିଥିବା ବେଳେ ଏବେ ଫିଲ୍ମର ଅନ୍ତିମ ପର୍ଯ୍ୟାୟର ସୁଟିଂ ଏବେ ବାକି ରହିଛି । ତେବେ ଫିଲ୍ମର ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜଫର ଫିଲ୍ମର ଅନ୍ତିମ ପର୍ଯ୍ୟାୟର ସୁଟିଂ ଏବେ କରିବା ପାଇଁ ମନା କରିଦେଇଛନ୍ତି । ଆଉ ଏହାର କାରଣ ହେଉଛନ୍ତି ଫିଲ୍ମର ଲିଡ ଅଭିନେତା ସଲମାନ ଖାନ ।

ଆଜ୍ଞା ହଁ, ଫିଲ୍ମର ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜଫର ଟ୍ୱିଟ କରି କହିଛନ୍ତି ଯେ, ‘ଭାରତର ଦିଲ୍ଲୀ ଏବଂ ପିଜାବ ସିଡ୍ୟୁଲ ପୂରା, ଶେଷ ପର୍ଯ୍ୟାୟର ସୁଟିଂ ନୂଆ ବର୍ଷରୁ ଆରମ୍ଭ ହେବ । ଭାଇ (ସଲମାନ ଖାନ)ଙ୍କ ଜନ୍ମମାସରେ କିଏ କାମ କି… କିନ୍ତୁ ଆମେ ଏଡିଟିଂରେ ଲାଗିପଡିଛୁ ।’ କହିରଖୁଛୁ ଯେ, ସଲମାନ ଖାନ ୨୭ ଡିସେମ୍ବରରେ ନିଜର ୫୩ତମ ଜନ୍ମଦିନ ପାଳନ କରିବେ ।

ଫିଲ୍ମ ଭାରତ ବିଷୟରେ କହିବାକୁ ଗଲେ ଏହା ୨୦୧୪ରେ ରିଲିଜ ହୋଇଥିବା କୋରିଆନ ଫିଲ୍ମ ‘ଓଡ ଟୁ ମାଇଁ ଫାଦର’ର ହିନ୍ଦୀ ରିମେକ । ଫିଲ୍ମରେ ସଲମାନ ଖାନଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ, ଦିଶା ପଟ୍ଟାନୀ, ତବୁ ଏବଂ ସୁନିଲ ଗ୍ରୋଭରଙ୍କ ପରି କଳାକାର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More