Only for Entertainment

‘ଭାରତ’ରେ କିପରି ରହିବ ସଲମାନ-କ୍ୟାଟ୍ରିନାଙ୍କ ଲୁକ, ସାମ୍ନାକୁ ଆସିଲା ଫଟୋ

Hindustan Times
0 33

ଅଲ୍ଲୀ ଆବାସ ଜଫରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଭାରତ’ରେ ସଲମାନ ଏବଂ କ୍ୟାଟ୍ରିନାଙ୍କ ଫାଷ୍ଟ ଲୁକ ଜାରି କରାଯାଇଛି । ଏହି ଫଟୋକୁ ସଲମାନ ଖାନ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋରେ ସଲମାନ ସୁଟବୁଟ ସହିତ ନିଶ ରଖିଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ କ୍ୟାଟ୍ରିନା ସବୁଜ ରଙ୍ଗର ଏମ୍ରୋଡୋରୀ ଲେହେଙ୍ଗାରେ ନଜର ଆସିଛନ୍ତି । ଦୁହିଁଙ୍କର ଫଟୋ ଖୁବ ସୁନ୍ଦର ହୋଇଥିବା ବେଳେ ସୋସିଆଲ ମିଡିଆରେ ଫଟୋକୁ ଭଲ ରେସ୍ପନ୍ସ ମିଳିଛି ।

 

#Bharat @bharat_thefilm

A post shared by Salman Khan (@beingsalmankhan) on

ମାତ୍ର ଏକ ଘଣ୍ଟା ଭିତରେ ସଲମାନ-କ୍ୟାଟ୍ରିନାଙ୍କ ଏହି ଫଟୋକୁ ୬ ଲକ୍ଷରୁ ଅଧିକ ଲାଇକ ମିଳିସାରିଛି । କହିରଖୁଛୁ ଯେ ଫିଲ୍ମ ଭାରତରେ କ୍ୟାଟ୍ରିନାଙ୍କ ରୋଲ ପ୍ରଥମେ ପ୍ରିୟଙ୍କା କରିବାର ଥିଲା ମାତ୍ର କୌଣସି କାରଣରୁ ସେ ଫିଲ୍ମରୁ ଓହରି ଯାଇଥିଲେ ଏହାପରେ ନିର୍ମାତା କ୍ୟାଟ୍ରିନାଙ୍କୁ ଏହି ଅଫର ଦେଇଥିଲେ ।

ସଲମାନ ଏବଂ କ୍ୟାଟ୍ରିନାଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରିଥାନ୍ତି । ଦୁହିଁଙ୍କ ଫିଲ୍ମ ବକ୍ସ ଅଫିସରେ ସଫଳ ମଧ୍ୟ ହୋଇଥାଏ । ତେବେ ଦୁହିଁଙ୍କ ଆଗାମୀ ଫିଲ୍ମର ଫାଷ୍ଟ ଲୁକ ଦେଖିବା ପରେ ଲୋକେ ଫିଲ୍ମର ଟ୍ରେଲରକୁ ଅପେକ୍ଷା କରିବା କଷ୍ଟକର ରହିବ । ଦେଖାଯାଉ ଫିଲ୍ମର ଟ୍ରେଲର କେବେ ସାମ୍ନାକୁ ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More