Only for Entertainment

ବୃଦ୍ଧ ସିଂହ କିଭଳି କରେ ଶୀକାର, ଦେଖନ୍ତୁ ଭିଡ଼ିଓ ।

aajtak
28

ଏହି ବର୍ଷର ସବୁଠାରୁ ବଡ଼ ଫିଲ୍ମ ଭାରତର ଅପେକ୍ଷା ଶେଷ ହେବାକୁ ଯାଉଛି । ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ ଷ୍ଟାରର ଫିଲ୍ମ ‘ଭାରତ’ ୫ ଜୁନକୁ ରିଲିଜ ହେବାକୁ ଯାଉଛି । ଫିଲ୍ମ ରିଲିଜ ପୂର୍ବରୁ ଚାଲିଛି ଜୋରଦାର ପ୍ରମୋଶନ । ନିକଟରେ ଏହାର ଏକ ନୂଆ ପ୍ରମୋ ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି ।

ଭାରତର ତୃତୀୟ ପ୍ରମୋ ଡାଏଲଗ ଶୁଣିବାକୁ ମିଳିଛି । ଫିଲ୍ମରେ ସଲମାନ ୫ଟି ଅବତାରରେ ନଜର ଆସିବେ । ଯୁବ ଅବସ୍ଥାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତ ଚରିତ୍ରରେ ନଜର ଆସିବେ ଭାଇଜାନ । ଫିଲ୍ମର ତୃତୀୟ ପ୍ରମୋ ସଲମାନଙ୍କ ବୃଦ୍ଧାବସ୍ଥା ସହିତ ଜଡ଼ିତ ।

 

ବୃଦ୍ଧାବସ୍ଥାରେ ୪ ଜଣ ବାଇକର୍ସଙ୍କ ସହିତ ଲଢେଇ କରୁଥିବାର ନଜର ଆସିଛନ୍ତି ଅଭିନେତା । ପ୍ରମୋରେ ସଲମାନ କହୁଛନ୍ତିଯେ , ‘ଏହି ସିଂହ ନିହାତି ଭାବରେ ବୁଢା ହୋଇଯାଇଛି କିନ୍ତୁ ଶୀକାର କରିବା ଭୁଲି ନାହିଁ’ ।

ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଅଲି ଅବାସ ଜଫର । ତେବେ ପ୍ରମୋ ଭିଡ଼ିଓକୁ ସଲମାନ ତାଙ୍କ ସୋସିଆଲ ମିଡିଆ ଆକାଉଂଟରେ ଶେୟାର କରିଛନ୍ତି ଏବଂ ଲେଖିଛନ୍ତି ଭାରତ ଜୋଶ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More