Only for Entertainment

ମୁକ୍ତିଲାଭ କଲା ଆଗାମୀ ବଲିଉଡ୍ ଫିଲ୍ମ ‘ଭାରତ’ର ନୂଆ ଗୀତ ‘ଜିନ୍ଦା’ !

16

ଆଗାମୀ ବଲିଉଡ୍ ଫିଲ୍ମ ‘ଭାରତ’ର ନୂଆ ଗୀତ ଜିନ୍ଦା ମୁକ୍ତିଲାଭ କରିଛି । ଗୀତରେ ସଲମାନ୍ ଖାନଙ୍କ ଭିନ୍ନ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି । ଭାରତ ସ୍ୱାଧିନତା ଠାରୁ ଆରମ୍ଭ ହୋଇଥିବା ଏକ ଛୋଟ ପିଲା ଭାରତର ଜୀବନ ଯାତ୍ରାକୁ ନେଇ ଗତିଶୀଳ ହୋଇଛି ଚଳଚ୍ଚିତ୍ରର କାହାଣୀ । ଫିଲ୍ମରେ ସଲମାନ୍ ଖାନଙ୍କ ଚରିତ୍ରର ନାମ ରହିଛି ଭାରତ । ଏହି ଗୀତରେ ଭାରତ ଯାତ୍ରା ଓ ଷ୍ଟ୍ରଗଲ୍ ଦେଖିବାକୁ ମିଳିଛି ।

ଫିଲ୍ମରେ ସଲମାନ୍ ଖାନଙ୍କ ସହ ଅଭିନେତା ସୁନୀଲ୍ ଗ୍ରୋବର୍, ଅଭିନେତ୍ରୀ ଦିଶା ପାଟନୀ ଓ କ୍ୟାଟ୍ରିନା କୈଫଙ୍କୁ ଦେଖିବାକୁ ମିଳିଛି । ଫିଲ୍ମରେ ସଲମାନଙ୍କ ନାୟିକା ଭାବେ ନଜର ଆସିଛନ୍ତି କ୍ୟାଟ୍ରିନା । ଜୁଲିଅସ୍ ଓ ଅଲ୍ଲି ଅବାସ୍ ଜାଫରଙ୍କ ସଙ୍ଗୀତରେ ଏହି ଗୀତରେ ଶୁଣିବାକୁ ମିଳିଛି ବିଶାଲ୍ ଦଦଲାନିଙ୍କ ଜବରଦସ୍ତ ଗାୟିକୀ । ଏହି ଟ୍ରାକରେ ଲିରିକ୍ସ ଦେଇଛନ୍ତି ଅଲ୍ଲି ଅବାସ୍ ଜାଫର୍ ।

ଟି-ସିରିଜ୍ ଓ ସଲମାନ୍ ଖାନ୍ ଫିଲ୍ମସ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ଭାରତର ନିର୍ଦ୍ଦେଶନା ଦେଇଛନ୍ତି ଅଲ୍ଲି ଅବାସ୍ ଜାଫର୍ । ସିନେମାଟି ୫ ଜୁନରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More