Only for Entertainment

ସଲମାନ ଖାନଙ୍କ ଫିଲ୍ମ ‘ଭାରତ’ରେ ହେବ ବରୁଣ ଧାୱନଙ୍କ ଏଣ୍ଟ୍ରି !

MensXP
40

ଅଭିନେତା ବରୁଣ ଧାୱନ, ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ ଷ୍ଟାରର ଫିଲ୍ମ ‘ଭାରତ’ରେ କାମିଓ ରୋଲରେ ନଜର ଆସିବେ । କିନ୍ତୁ ଅଧିକାରିକ ଭାବେ ଏହାର ଘୋଷଣା କରାଯାଇନାହିଁ । ଅଲୀ ଆବାସ ଜଫରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମର ଦ୍ୱିତୀୟ ଭାଗ ଏବେ ଆବୁ ଧାବିରେ ସୁଟ କରାଯିବ ।

କହିରଖୁଛୁ ଯେ, ଅଲୀ ଅବାସ ଜଫରଙ୍କ ଫିଲ୍ମ ‘ଟାଇଗର ଜିନ୍ଦା ହେ’ ପରେ ସଲମାନ ଏବଂ କ୍ୟାଟଡ୍ରିନା ପୁଣିଥରେ ଏକା ସହିତ ନଜର ଆସିବେ । ମାଲ୍ଟାରେ ଫିଲ୍ମର ପ୍ରଥମଭାଗ ସୁଟ କରାଯାଇଛି । ଏବେ ଏହାର ଦ୍ୱିତୀୟ ଭାଗର ସୁଟିଂ ପାଇଁ ଭାରତର ପୁରା ଟିମ ଆବୁ ଧାବିରେ ପହଁଚିଛନ୍ତି । ୨୦୧୪ରେ ରିଲିଜ ହୋଇଥିବା କୋରିଆନ ଫିଲ୍ମ ‘ଓଡ ଟୁ ମାଇଁ ଫାଦର’ର ଏହା ରିମେକ । ଫିଲ୍ମରେ ସଲମାନ ଖାନ ୫ଟି ଭିନ୍ନ ଭିନ୍ନ ଲୁକରେ ନଜର ଆସିବେ । ସଲମାନ ଏବଂ କ୍ୟାଟ୍ରିନାଙ୍କ ବ୍ୟତୀତ ଫିଲ୍ମରେ ଦିଶା ପଟାନୀ, ସୁନୀଲ ଗ୍ରୋଭର ଏବଂ ତବୁ ନଜର ଆସିବେ ।

ବରୁଣଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ସୁଇ ଧାଗା’ରେ ସେ ଲିଡ ରୋଲରେ ନଜର ଆସିଥିଲେ । ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ଅନୁଷ୍କା ଶର୍ମା ନଜର ଆସିଥିଲେ । ଫିଲ୍ମଟି ଦର୍ଶକଙ୍କ ମନକୁ ଛୁଇଁଥିବା ବେଳେ ଫିଲ୍ମକୁ ବକ୍ସ ଅଫିସରେ ମଧ୍ୟ ଭଲ ରେସ୍ପନ୍ସ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More