Only for Entertainment

ସଲମାନଙ୍କ ଫିଲ୍ମ ଭାରତ ପାଇଁ ପ୍ରିୟଙ୍କା ଡିମାଣ୍ଡ କଲେ ଏତେ ଟଙ୍କା ।

aajtak
0 36

ଅମେରିକାରେ ସୁଟିଂ ଶେଷ ହେବା ପରେ ପ୍ରିୟଙ୍କା ଭାରତ ଫେରିଛନ୍ତି । ଖୁବଶୀଘ୍ର ସେ ବଲିଉଡ ଫିଲ୍ମରେ ନଜର ଆସିବେ । ତେବେ ଆରମ୍ଭ ହେଉଛି ସଲମାନଙ୍କ ସହିତ ଫିଲ୍ମ ଭାରତରୁ । କେବଳ ସେତିକି ନୁହେଁ ଋତିକଙ୍କ କ୍ରିଷ ୪ରେ ମଧ୍ୟ ନଜର ଆସିପାରନ୍ତି ।

ବିଦେଶରୁ କଠିନ ପରିଶ୍ରମ କରି ଫେରିଥିବା ପ୍ରିୟଙ୍କା ଏବେ ଭାବିଚିନ୍ତି ଫିଲ୍ମର ଚୟନ କରୁଛନ୍ତି । ଖବରଅନୁସାରେ କ୍ରିଷ ୪ର ନିର୍ମାତା ପ୍ରିୟଙ୍କା ଚୋପ୍ରାଙ୍କ ସହିତ ଫିମେଲ ଲିଡ ଚରିତ୍ର ପାଇଁ ସଂପର୍କ କରିଥିଲେ । ପ୍ରିୟଙ୍କା ମଧ୍ୟ ସ୍କ୍ରିପ୍ଟକୁ ପସନ୍ଦ କରିଛନ୍ତି କିନ୍ତୁ ଋତିକଙ୍କ ପରି ତାଙ୍କ ଚରିତ୍ରକୁ ମଧ୍ୟ ସେତିକି ପ୍ରଭାବଶାଳୀ କରାଯାଉ ତାହା ସେ ଚାହାଁନ୍ତି ।

କେବଳ ସେତିକି ନୁହେଁ ପ୍ରିୟଙ୍କା ଅଲି ଅବାସ ଜଫରଙ୍କ ଫିଲ୍ମ ଭାରତ ପାଇଁ ୧୨ କୋଟି ଟଙ୍କା ଡିମାଣ୍ଡ କରିଥିବା ସୂଚନା ମିଳିଛି । ପ୍ରିୟଙ୍କା ସବୁଠାରୁ ଅଧିକ ଫିସ ନେଉଥିବା ଅଭିନେତ୍ରୀଙ୍କ ମଧ୍ୟରେ ଦୀପିକାଙ୍କ ସହିତ ସମାନ ହୋଇ ସେହି ଲିଷ୍ଟରେ ଆସିଯିବେ । ସୂଚନା ମୁତାବକ ଦୀପିକା ଫିଲ୍ମ ପଦ୍ମାବତ ପାଇଁ ୧୨ କୋଟି ଟଙ୍କା ନେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More