Only for Entertainment

‘ଦ କପିଲ ଶର୍ମା ଶୋ’ରେ ଏକାସହ ନଜର ଆସିବେ କୃଷ୍ଣା ଅଭିଶେକ ଏବଂ ଭାରତୀ ସିଂ !

27

ଏହି ଖବର ତ ନୁଆ ନୁହେଁ ଯେ କମେଡିଆନ କପିଲ ପୁଣି ଥରେ ନିଜ ଶୋ’କୁ ଫେରୁଛନ୍ତି । ଅନେକ ଦିନ ହେବ କପିଲଙ୍କ ଏହି ଶୋ’କୁ ଫ୍ୟାନ୍ସମାନେ ଅପେକ୍ଷା କରିଥିଲେ । କପିଲ ହାରାହାରି ବର୍ଷଟେ ପରେ ଟେଲିଭିଜନରୁ ନିଜର ଶରୀର ଅସୁସ୍ଥତା କାରଣରୁ ଦୂରେଇ ଯାଇଥିଲେ । ଏବେ ତାଙ୍କ ଶୋ’କୁ ନେଇ ଏକ ଖବର ସାମ୍ନାକୁ ଆସିଛି । ପୂର୍ବରୁ ଖବର ଆସିଥିଲା ଯେ ତାଙ୍କର ଏହି ଶୋ’ରେ ସୁନୀଲ ଗ୍ରୋବର ପୁଣି ଥରେ ନଜର ଆସିବେ, ଏହାବ୍ୟତୀତ ଏବେ ଖବର ଶୁଣିବାକୁ ମିଳିଛି ଯେ ଏହି ଶୋ’ରେ କ୍ରିଷ୍ଣା ଏବଂ ଭାରତୀ ମଧ୍ୟ ନଜର ଆସିବେ । ତେବେ ଏହି ଖବର କେତେ ଦୂର ସତ ତାହାତ ସମୟ ଆସିଲେ କହିବ । କିନ୍ତୁ ସତରେ ଯଦି ଏହି ଖବର ସତ ତେବେ ଶୋ’ କେତେ ମଜାଦାର ହେବ ତାହା ଆପଣ ଅନୁମାନ ଲଗାଇ ପାରୁଥିବେ ।

ଏଠାରେ ଆମେ କହି ରଖୁଛୁ ଯେ କମେଡି ସର୍କସରେ ଏହି ଯୋଡି ନଜର ଆସିଥିଲା ମାତ୍ର କପିଲ ଶର୍ମା ନିଜ ଶୋ’ ଆରମ୍ଭ କରିବା ପରେ ୩ଜଣ ଏକାଠି ଆଉ କୌଣସି ଶୋ’ରେ ନଜର ଆସିନଥିଲେ । ଏହି ଖବରକୁ ମିଡିଆରେ କନଫର୍ମ କରି କମେଡି କୁଇନ ଭାରତୀ କହିଛନ୍ତି ଯେ ସେ ଖୁବ ଖୁସି ଅଛନ୍ତି ଯେ ୩ଜଣ ଏକାଠି ନଜର ଆସିବେ । ଏଠାରେ ଆମେ କହି ରଖୁଛୁ ଯେ ଶୋ’ରେ ସୁମୋନା ଚକ୍ରବର୍ତ୍ତୀ ଏବଂ କିକୁ ଶାରଦା ମଧ୍ୟ ସାମିଲ ରହିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More