Only for Entertainment

ରିଲିଜ ହେଲା ଆକ୍ସନ–ଡ୍ରାମା ଫିଲ୍ମ ‘ଭାବେଶ ଯୋଶୀ –ସୁପରହିରୋ’ର ପ୍ରଥମ ଟ୍ରେଲର, ଦେଖନ୍ତୁ

you tube
0 48

ଆଗାମୀ ବଲିଉଡ୍ ଆକ୍ସନ୍ – ଡ୍ରାମା ଫିଲ୍ମ ଭାବେଶ ଯୋଶୀ – ସୁପରହିରୋର ପ୍ରଥମ ଟ୍ରେଲର୍ ମୁକ୍ତିଲାଭ କରିଛି । ଫିଲ୍ମରେ ଦେଶୀ ସୁପର୍ହିରୋଙ୍କ କମାଲ୍ ଦେଖିବାକୁ ମିଳିଛି । ଯିଏ କି ସମାଜରେ ହେଉଥିବା ଛୋଟ ବଡ ସମସ୍ୟା ବିରୋଧରେ ସ୍ୱର ଉଠାଇଥାନ୍ତି । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଅନୀଲ କପୁରଙ୍କ ପୁଅ ହର୍ଷବର୍ଦ୍ଧନ କପୁର । ହର୍ଷବର୍ଦ୍ଧନ ଙ୍କ ଏହା ଦ୍ୱିତୀୟ ଫିଲ୍ମ ।

ସୁପରହିରୋ ଭାବେଶ ଯୋଶୀ ଏମିତି ଏକ ପୁସ୍ତିକା ବେଶ ଲୋକପ୍ରିୟ ହୁଏ ମୁମ୍ବାଇରେ । ଆଉ ଏହାକୁ ନେଇ ତିନି ଜଣ ସାଙ୍ଗ ସମାଜରେ ହେଉଥିବା ଭ୍ରଷ୍ଟାଚାର୍ ଓ ଦୁର୍ନୀତି ବିରୋଧରେ ସ୍ୱର ଉଠାଇବା ସହ ମୁହଁରେ ମୁଖା ଘୋଡେଇ ଭିଡିଓ ପ୍ରସ୍ତୁତ କରି ୟୁଟୁବରେ ସେୟାର୍ କରନ୍ତି । ହେଲେ ମଜା, ମସ୍ତିରେ କରୁଥିବା ଏହି ସମାଜ ସେବା ଭାରି ପଡିଯାଏ ଆଉ ଧରା ପଡନ୍ତି ଏମାନେ । ଦେଶୀ ସୁପରହିରୋ କାହାଣୀ ସହ ପଲିଟିକାଲ୍ ଡ୍ରାମା ବି ଦେଖିବାକୁ ମିଳିବ ଚଳଚ୍ଚିତ୍ର ଭାବେଶ ଯୋଶୀ ସୁପରହିରୋରେ । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଅଭିନେତା ହର୍ଷବର୍ଦ୍ଧନ କପୁର ।

ରିଲାଏନ୍ସ ଏଂଟର୍ଟେନ୍ମେଂଟ୍ ଏବଂ ଇରୋସ୍ ଦ୍ୱାରା ପ୍ରସ୍ତୁତ ଚଳଚ୍ଚିତ୍ର ଭାବେଶ ଯୋଶୀ – ସୁପରହିରୋର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ବିକ୍ରମାଦିତ୍ୟ ମୋଟୱାନୀ । ଫିଲ୍ମରେ ନିଶିକାନ୍ତ କାମତ, ରାଧିକା ଆପଟେ, ପ୍ରିୟାଂଶୁ ପୈନୟୁଲି ଆଦି କଳାକାରଙ୍କ ଅଭିନୟ ଦେଖିବାକୁ ମିଳିବ । ୨୫ ମେ’ରେ ପରଦାକୁ ଆସିବ ଭାବେଶ ଯୋଶୀ – ସୁପର୍ହିରୋ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More