Only for Entertainment

ମିଡିଲ କ୍ଲାସ ବିବାହ ପାଇଁ ରୋଲ୍ସ ରୟସକୁ ‘ରୟାଲ କାର’ରେ ପରିଣତ କଲେ ଏହି ବ୍ୟକ୍ତି ।

janstta
0 46

ବିବାହ ଉତ୍ସବକୁ ଅଧିକ ସ୍ମରଣୀୟ କରିବା ପାଇଁ କିଏ ବା ନଚାହେଁ । ଲୋକେ ବିବାହକୁ ସବୁଦିନ ପାଇଁ ମନେରଖିବା ପାଇଁ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । କିଏ ଆକାଶରେ ବାହା ହେଉଛି ତ ଆଉ କିଏ ପାଣି ଭିତରେ । ଆଉ କିଏ ଗୋଡ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ସୁନାରେ ଛାଉଣି ହେଉଛି ତ କିଏ ଲେହେଙ୍ଗାରେ ଲାଇଟ ଲଗାଉଥିବା ଦେଖିବାକୁ ମିଳିଛି । ପୁଣି ବାହାଘର କାର୍ଡକୁ ନେଇ ମଧ୍ୟ ବଡ଼ ପ୍ରତିଯୋଗିତା ଲାଗିଛି । ବାହାଘରକୁ ନେଇ ବଢୁଥିବା ଏହି ନୂଆ ଉତ୍ସାହକୁ ଦୃଷ୍ଟିରେ ରଖି ଜଣେ ୱେଡିଂ ପ୍ଳାନର ଏକ ନୂଆ ଡିଜାଇନର କାର ତିଆରି କରିଛନ୍ତି । ଏହାକୁ ‘ରୟାଲ ୱେଡିଂ କାର’ କୁହାଯାଉଛି । ଭୋପାଳରେ ରହୁଥିବା ହାମିଦ ଖାନଙ୍କ ଏହି କାରର ଚର୍ଚ୍ଚା ଏବେ ସବୁଆଡେ । ସୋସିଆଲ ମିଡିଆରେ ମଧ୍ୟ କାରର ଫଟୋ ଭାଇରାଲ ହୋଇଛି ।

wedding-car

ରୋଲ୍ସ ରୟସ କାରକୁ ସେ ନୂଆ ରୂପରେ ଉପସ୍ଥାପିତ କରୁଛନ୍ତି । ବିବାହରେ ବରବଧୂଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେ ଏହା କହିଛନ୍ତି । ତା’ ଭିତରେ ବସିବା ପାଇଁ ଯଥେଷ୍ଟ ସ୍ଥାନ ରହିଥିଲା ବେଳେ ବାହାରକୁ ମଧ୍ୟ ଏହା ଦେଖିବାକୁ ବେଶ ଆକର୍ଷଣୀୟ ରହିଛି । ତେବେ ପ୍ରତି ବାହାଘର ପିଛା ହାମିଦ କେତେ ଟଙ୍କା ନେଉଛନ୍ତି ତାହା ଜଣାପଡିନାହିଁ । ସେ କହିଛନ୍ତି ଯେ, ଆମର ଭଡା ଯାହା ରହିଛି ତାହାକୁ ମଧ୍ୟବିତ ଶ୍ରେଣୀର ଲୋକେ ମଧ୍ୟ ନେଇପାରିବେ ।

ଏଏନଆଇକୁ ଦେଇଥିବା ଏକ ଅଣ୍ଟରଭ୍ୟୁରେ ସେ କହିଛନ୍ତି ମୁଁ ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କୁ ରୟାଲ ଫିଲ କରାଇବାକୁ ଚହେଁ । ଦୁବାଇର ରାସ୍ତାରେ ଏପରି କାର ଦେଖିବା ପରେ ସେ ଏହାକୁ ନିର୍ମାଣ କରିଥିଲେ । କାରଟିକୁ ନିର୍ମାଣ କରିବା ପାଇଁ ୧୧ ମାସ ସମୟ ଲାଗିଥିଲା । କାରଟିକୁ ନିର୍ମାଣ କରିବାକୁ ହାମିଦ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More