Only for Entertainment

ଚରିତ୍ରକୁ ବୁଝିବା ପାଇଁ ଘରେ ଘରେ କାମ କରୁଥିଲେ ଭୂମି

24

ଅକ୍ଟୋବର ୨୫ରେ ରିଲିଜ୍‌ ହୋଇଥିଲା ଫିଲ୍ମ ସାଣ୍ଡ କି ଆନ୍‌ଖ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତ୍ରୀ ତାପ୍‌ସୀ ପନ୍ନୁ ଓ ଭୂମି ପେଡ୍‌ନେକର । ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସୁଥିବା ବେଳେ ଦୁହିଁଙ୍କୁ ଫିଲ୍ମ ପାଇଁ କ’ଣ କ’ଣ କରିବାକୁ ପଡ଼ିଥିଲା, ତାହା ସାମ୍ନାକୁ ଆସିଛି ।

ଏକ ସାକ୍ଷାତକାରରେ ଭୂମି କହିଛନ୍ତି କି, ତାଙ୍କୁ ଫିଲ୍ମ ପାଇଁ ହୁକ୍କା ଟାଣିବାକୁ ପଡ଼ିବା ସହ ଗୋବର ହାତ ହେବାକୁ ପଡ଼ିଥିଲା । ଜଣେ ଗାଁର ମହିଳାଙ୍କୁ ଯାହା ସବୁ କରିବାକୁ ପଡ଼େ, ସେ ସବୁ କରିଥିଲେ ଭୂମି । ତାପ୍‌ସୀ ମଧ୍ୟ ଫିଲ୍ମରେ ଦେଖାଯାଇଥିବା ଦୃଶ୍ୟ ସବୁକୁ ସତରେ କରିବା ପରେ କ୍ୟାମେରା ଆଗରେ ସୁଟ୍‌ କରିଥିଲେ ବୋଲି କହିଛନ୍ତି । ଏ ମଧ୍ୟରେ ଭୂମିଙ୍କୁ ନେଟ୍‌ଫ୍ଲିକ୍ସରେ ଆସୁଥିବା ତାଙ୍କ ସୋ’ ଲଷ୍ଟ ଷ୍ଟୋରିଜ୍‌ ବିଷୟରେ ପଚରାଯାଇଥିଲା । ସତରେ କ’ଣ ସେ ନିଜ ଚରିତ୍ରକୁ ଜୀବନ୍ତ କରିବା ପାଇଁ ଘରେ ଘରେ କାମ କରୁଥିଲେ କି? ବୋଲି ପ୍ରଶ୍ନ କରାଯିବା ପରେ ଭୂମି କହିଥିଲେ, ମୁଁ ସବୁବେଳେ ମୋ ଚରିତ୍ରଟି କିଭଳି ଦର୍ଶକଙ୍କୁ ବାସ୍ତବ ଲାଗିବ, ସେ ପ୍ରୟାସରେ ଥାଏ । ଲଷ୍ଟ ଷ୍ଟୋରିଜ୍‌ ପାଇଁ ମୁଁ ରହୁଥିବା ଆପାର୍ଟମେଣ୍ଟରେ ସମସ୍ତଙ୍କ ଘରକୁ ଯାଇ ସଫେଇ କାମ କରୁଥିଲି । ଜଣେ ଗୃହ ସହାୟିକାର କାମ ଭଲ ଭାବରେ ବୁଝିବା ସହ ଚରିତ୍ରକୁ କିଭଳି ଜୀବନ୍ତ କରି ପାରିବି ସେଥିପାଇଁ ମୁଁ ଏଭଳି କରିଥିଲି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More