Only for Entertainment

କରଣ ଜୋହରଙ୍କ ଫିଲ୍ମ ମିଳିବ ବୋଲି ଆଶା କରିନଥିଲି : ଭୂମି ପେଡନେକର ।

DNA India
0 31

କରଣ ଜୋହରଙ୍କ ଫିଲ୍ମରେ କାମ କରିବା ସ୍ୱପ୍ନ ସତ ହେବା ପରି କହିଛନ୍ତି ବଲିଉଡ ଅଭିନେତ୍ରୀ ଭୂମି ପେଡନେକର । ଭୂମି ଏହା ମଧ୍ୟ କହିଛନ୍ତି କରଣଙ୍କ ଆଗାମୀ ଫିଲ୍ମ ‘ତଖ୍ତ’ରେ କାମ କରିବା ତାଙ୍କ ପାଇଁ ଏକ ବଡ ସୁଯୋଗ ।

bhumi-pednekar-karan-johar-1518312751

ଭୂମି ଏହା ମଧ୍ୟ କହିଛନ୍ତି କ୍ୟାରିୟର ଆରମ୍ଭରୁ କରଣ ଜୋହରଙ୍କ ଫିଲ୍ମ ମିଳିବା ଆଶା ନଥିଲା । ତାଙ୍କ ସହିତ କାମ କରିବାର ଇଚ୍ଛା ଥିଲା ଯାହା ଏବେ ବାସ୍ତବରେ ବଦଳିଛି । ଭୂମି କହିଛନ୍ତି କରଣ ଜୋହରଙ୍କ ଫିଲ୍ମର ଅଫର ମିଳିବା ପରେ ମୁଁ ସଙ୍ଗେ ସଙ୍ଗେ ମୋ ପିତା ମାତାଙ୍କୁ ଜଣେଇଥିଲି ।

କହିରଖୁଛୁ ଯେ ‘ତଖ୍ତ’ ଏକ ପିରିୟଡିକ ଡ୍ରାମା ଫିଲ୍ମ । ଫିଲ୍ମରେ ଭୂମିଙ୍କ ବ୍ୟତିତ ରଣବୀର ସିଂ, କରୀନା କପୁର, ଆଲିଆ ଭଟ୍ଟ, ଭିକି କୌଶଲ, ଜାହ୍ନବୀ କପୁର ଏବଂ ଅନିଲ କପୁରଙ୍କ ପରି ନାମୀଦାମୀ କଳାକାର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More